ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଦୁର୍ନୀତି ବିରୋଧରେ ସୂଚନା କର୍ମୀଙ୍କ ସପ୍ତାହବ୍ୟାପୀ ଅଭିଯାନ

ଢେଙ୍କାନାଳ, 08/10/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ଢେଙ୍କାନାଳ ଜିଲ୍ଲାରେ ଦୁର୍ନୀତି ବିରୋଧରେ ସୂଚନା କର୍ମୀମାନଙ୍କ ପକ୍ଷରୁ ସପ୍ତାହବ୍ୟାପୀ ଅଭିଯାନ ପାଳନ କରାଯାଇଛି। ଜିଲ୍ଲା ଆବାହକ ପ୍ରିୟବ୍ରତ ଗଡ଼ନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା କର୍ମୀମାନେ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହୋଇ ଦୁର୍ନୀତି ବିରୋଧରେ ନାରାବାଜି କରିଥିଲେ। ଦୁର୍ନୀତିରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତ୍ୱରିତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଆବେଦନକାରୀଙ୍କୁ ସଠିକ୍ ସମୟରେ ସୂଚନା ପ୍ରଦାନ ଏବଂ ଜିଲ୍ଲାରେ ଦୁର୍ନୀତି ରୋକିବା ନେଇ ଏହି ଅବସରରେ ଆଲୋଚନା କରାଯାଇଥିଲା। ଏଥିସହ ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମାଗୁଥିବା ସୂଚନା କର୍ମୀମାନେ ବିଭିନ୍ନ ସମୟରେ ଆକ୍ରମଣ ଓ ଧମକର ଶିକାର ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରାଯାଇଥିଲା। ସୂଚନା କର୍ମୀମାନଙ୍କ ସୁରକ୍ଷା ସହ ରାଜ୍ୟର ଖଣି, ଜଙ୍ଗଲ ଓ ଅଧିକାର ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା। କାର୍ଯ୍ୟକ୍ରମରେ ବିକାଶ ନାୟକ, ରାମଚନ୍ଦ୍ର ଦେବତା, ରଞ୍ଜନ ପଟ୍ଟନାୟକ, ସୁବାଷ ପଧାନ, କାମାକ୍ଷା ପ୍ରସାଦ ବିହାରୀ, ରମାକାନ୍ତ ଜେନା ଓ ରାଜୀବ କରଙ୍କ ସମେତ ଅନ୍ୟ ସୂଚନା କର୍ମୀମାନେ ଯୋଗଦେଇଥିଲେ।
13