ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଓଡ଼ିଶା ବନ୍ଦ ପାଇଁ ଏରସମାରେ କଂଗ୍ରେସ-ସିପିଆଇର ପ୍ରସ୍ତୁତି ବୈଠକ

ଏରସମା, 08/10/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ତା - ୭/୧୦ : ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଏବଂ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ସମେତ ୪ ଦଫା ଦାବି ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି।
Article Image
ଏହି ବନ୍ଦକୁ ସଫଳ କରିବା ପାଇଁ ଏରସମା ବ୍ଲକ୍ କଂଗ୍ରେସ ଓ ଏରସମା ସିପିଆଇ ଜୋନାଲ କମିଟି ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଏରସମାସ୍ଥିତ କଂଗ୍ରେସ ଦଳୀୟ କାର୍ଯ୍ୟାଳୟରେ ବ୍ଲକ୍ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ମଣିକୁଣ୍ଡଳଠାରେ ଏରସମା ସିପିଆଇ ଜୋନାଲ କମିଟିର ମଧ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ଦକୁ ସଫଳ କରିବା ସହ ଅଞ୍ଚଳବାସୀଙ୍କୁ ଏଥିରେ ସାମିଲ କରିବା ପାଇଁ ଏରସମା ବ୍ଲକ୍‌ର ସମସ୍ତ ୨୫ଟି ପଞ୍ଚାୟତରେ ଆଜି କଂଗ୍ରେସ ପକ୍ଷରୁ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି। ସାଧାରଣ ଲୋକଙ୍କ ସହ ବ୍ୟବସାୟୀମାନଙ୍କୁ ମଧ୍ୟ ବନ୍ଦକୁ ସମର୍ଥନ କରିବାକୁ ନେତା ଓ କର୍ମୀମାନେ ଆହ୍ୱାନ ଦେଇଛନ୍ତି। ଏଥିସହିତ ଆଜି ସନ୍ଧ୍ୟାରେ ବ୍ଲକ୍ କଂଗ୍ରେସ ସଭାପତି ପିନାକୀ ନାରାୟଣ ଦାସଙ୍କ ସମେତ ଧ୍ୱଜରାଜ ଖଣ୍ଡୁଆଳ, ରବୀନ୍ଦ୍ର ମୁଦୁଲି, ସନ୍ଧ୍ୟାରାଣୀ କୁଅଁର ଏବଂ ସିପିଆଇର ବରିଷ୍ଠ ନେତା ଶଶିଭୂଷଣ ସ୍ୱାଇଁ, ସୁଧାକର ବିଶ୍ୱାଳ, ପ୍ରଶନ୍ନ କୁଅଁରଙ୍କ ନେତୃତ୍ୱରେ ଉଭୟ କଂଗ୍ରେସ ଓ ସିପିଆଇର କର୍ମୀମାନେ ଏରସମା ବଜାର ଓ ବାଲିତୁଠ ବଜାର ଅଞ୍ଚଳ ପରିକ୍ରମା କରିଥିଲେ। ଏହି ସମୟରେ ଆସନ୍ତାକାଲି ବନ୍ଦ ପାଳନ କରିବା ସହ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରଖିବାକୁ ବ୍ୟବସାୟୀମାନଙ୍କୁ ନେତା ଓ କର୍ମୀମାନେ ନିବେଦନ କରିଥିଲେ। ତେବେ ଓଡ଼ିଶା ବନ୍ଦକୁ ନେଇ ଏରସମା ଅଞ୍ଚଳରେ କଂଗ୍ରେସ ଓ ସିପିଆଇ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ଦେଖିବାକୁ ମିଳିଛି।
13