ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାଟପୁରରେ ବିଜେଡିର ପଦଯାତ୍ରା ଓ କର୍ମୀ ସମ୍ମିଳନୀ

କୁଜଙ୍ଗ/ପାଟପୁର, 08/10/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତାରିଖ ୭/୧୦ : କୁଜଙ୍ଗ ବ୍ଲକର ଏକ ନମ୍ବର ଜୋନରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପଦଯାତ୍ରା ଓ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପାରାଦୀପର ପୂର୍ବତନ ବିଧାୟକ ସମ୍ବିତ ରାଉତଙ୍କ ନେତୃତ୍ୱରେ ବାଲିଆ ବଜାର ନିକଟରୁ ପଦଯାତ୍ରା ବାହାରି ପାଟପୁର ଗାଦି ପଡ଼ିଆରେ ପହଞ୍ଚିଥିଲା। ସେଠାରେ ଦଳୀୟ କର୍ମୀମାନେ ସମ୍ବିତ ରାଉତଙ୍କୁ ସ୍ୱାଗତ କରିବା ପରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିଲା।
Article Image
ବିଜେଡିର ବରିଷ୍ଠ ନେତା ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ବିତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରମୋଦ ଜେନା, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ, କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ସାହୁ, ପୂର୍ବତନ ଯୁବ ସଂଗଠକ ଅରୁପ୍ରସାଦ ମହାନ୍ତି (ପିଣ୍ଟୁ)ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।
Article Image
ସଭାରେ ରାଜ୍ୟ ସରକାରଙ୍କ କାର୍ଯ୍ୟଧାରା ନେଇ ବିଜେଡି ନେତାମାନେ ନିଜ ଦଳର ମତ ରଖିଥିଲେ। ଏଥିସହ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ କର୍ମୀମାନଙ୍କ ସହ ଆଲୋଚନା କରାଯାଇଥିଲା। ତୃଣମୂଳସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା, ଲୋକଙ୍କ ସହ ଯୋଗାଯୋଗ ବଢ଼ାଇବା ଏବଂ ଦଳୀୟ କାର୍ଯ୍ୟକ୍ରମକୁ ସଂଗଠିତ ଭାବେ ଆଗେଇ ନେବା ଉପରେ ନେତାମାନେ ଗୁରୁତ୍ୱ ଦେଇଥିଲେ। ଏକ ନମ୍ବର ଜୋନର ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ସମ୍ମିଳନୀରେ ଯୋଗଦେଇଥିଲେ। ୨୦୨୯ରେ ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳୀୟ ନେତାମାନେ ଆଶାବ୍ୟକ୍ତ କରିବା ସହ ଏହି ଲକ୍ଷ୍ୟ ନେଇ ସଂଗଠନକୁ ମଜବୁତ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି।
7