ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗରେ କଂଗ୍ରେସ-ସିପିଆଇର ଯୁଥ ବିକ୍ଷୋଭ ବିଭିନ୍ନ ଜନସମସ୍ୟା ନେଇ ପ୍ରତିବାଦ

କୁଜଙ୍ଗ , 08/10/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତା – ୦୮/୧୦/୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଓଡ଼ିଶା ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ପ୍ରଦେଶ କଂଗ୍ରେସର ବନ୍ଦ ଡାକରେ କୁଜଙ୍ଗ ବ୍ଲକ କଂଗ୍ରେସ କମିଟି ଓ ପାରାଦୀପ ବିଧାନସଭା କ୍ଷେତ୍ର କଂଗ୍ରେସ ପକ୍ଷରୁ ବଜାରରେ ବିକ୍ଷୋଭ ଶୋଭାଯାତ୍ରା ଓ ପିକେଟିଂ କରାଯାଇଥିଲା।
Article Image
ଦଳୀୟ ପତାକା ଓ ବ୍ୟାନର ଧରି କର୍ମୀମାନେ ବିଭିନ୍ନ ପ୍ରସଙ୍ଗରେ ନାରାବାଜି କରିଥିଲେ। ଏହି ବିକ୍ଷୋଭରେ କଂଗ୍ରେସ ସହ ସିପିଆଇ ନେତା ଓ କର୍ମୀମାନେ ମଧ୍ୟ ସାମିଲ ହୋଇଥିଲେ।
Article Image
ଶିକ୍ଷା ବ୍ୟବସ୍ଥା, ଚାଷୀଙ୍କ ସମସ୍ୟା, ଆଇନଶୃଙ୍ଖଳା, ନାରୀ ନିର୍ଯାତନା ଓ ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆନ୍ଦୋଳନକାରୀ।
Article Image
ବିକ୍ଷୋଭରେ ସିପିଆଇ ପକ୍ଷରୁ ଜିନ୍ମୟୀ ସାହାଣୀ, ସରତ ବେହେରା, ଅଜୟ ବେହେରା, ସୁଭାଷ ମହାପାତ୍ର ଓ ରବିନ୍ଦ୍ର ମାଝୀଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ।
Article Image
ସେହିପରି କଂଗ୍ରେସ ପକ୍ଷରୁ ନିରଞ୍ଜନ ନାୟକ, ବ୍ଲକ ସଭାପତି ଶ୍ରୀକାନ୍ତ ଦାସ, ମଞ୍ଜୁଲତା ରାଉତ ଓ ପ୍ରୀୟମ୍ବଦା ପାଣିଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।
Article Image
ବିଭିନ୍ନ ଜନସ୍ୱାର୍ଥ ପ୍ରସଙ୍ଗର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସ୍ଥାନୀୟ ନେତୃବୃନ୍ଦ କହିଛନ୍ତି।
Article Image
9