ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାୟଗଡ଼ ବ୍ଲକରେ ସେବା ସେତୁ ଅଭିଯାନ, ଉପକୃତ ହେଲେ ହିତାଧିକାରୀ

ରାୟଗଡ, 09/10/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ତା ୯.୧୦.୨୦୨୬ ରାୟଗଡ ବ୍ଲକ ପରିସରରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ସେବା ସେତୁ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଟୁନି ହୂଇକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମୀଣୀଆକା, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟା ପୂଲାକା, ସମାଜସେବୀ କାଳୀରାମ ମାଝୀ, ବସନ୍ତ ଉଲ୍ଲାକା, ଶିବ ପଟ୍ଟନାୟକ, ଶିବ ଶଙ୍କର ଉଲ୍ଲାକା, କଞ୍ଚାଡା ଅଶ୍ୱିନୀ, ରଜିତା କରଡା, ସହକାରୀ ତହସିଲଦାର ଶ୍ରୀମନ୍ତ ସାହୁ, ଏବିଡିଓ କାଳୁ ଚରଣ ନାୟକ ସମେତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ସମେତ ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହୋଇଥିଲା ।
Article Image
ପ୍ରାରମ୍ଭରେ ବିଡିଓ ସୁଜିତ କୁମାର ମିଶ୍ର, କାଳୀରାମ ମାଝୀ ସମେତ ବ୍ଲକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି, ସମାଜସେବୀ ସତେଇଶି ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ । ରାୟଗଡ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଏହାର ବ୍ୟବସ୍ଥା କରିଥିଲେ ।
Article Image
ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ନିଜସ୍ୱ ଯୋଜନା ବିଷୟରେ ସଚେତନ କରିବା ସହ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଥିଲା । ଶ୍ରମ ବିଭାଗ ତରଫରୁ ଦୁଇଜଣଙ୍କୁ ପଚାଶ ହଜାର ଲେଖାଏଁ ବିବାହ ପ୍ରୋତ୍ସାହନ ରାଶି, ଦୁଇଜଣଙ୍କୁ ତିନି ଲକ୍ଷ ଟଙ୍କା ଲେଖାଏଁ ମୃତ୍ୟୁକାଳୀନ ସହାୟତା, ଆବାସ ଯୋଜନାରେ ଦୁଇଜଣଙ୍କୁ କୋଡ଼ିଏ ହଜାର ଲେଖାଏଁ ଓ ଜଣଙ୍କୁ ଦଶ ହଜାର ଟଙ୍କା ଅନ୍ତୋଦୟ ଗୃହ ସମ୍ପନ୍ନ ନିମନ୍ତେ ପ୍ରୋତ୍ସାହନ ରାଶି, ଏଗାର ଜଣଙ୍କୁ ନୂତନ ପଡ଼ି କାର୍ଡ, ପ୍ରାଣୀଧନ ବିଭାଗ ତରଫରୁ ସାତ ଜଣଙ୍କୁ ଆଯୋଲା ଚାଷ ନିମନ୍ତେ କାର୍ଯ୍ୟାଦେଶ, ସୁଭଦ୍ରା ଶକ୍ତି ଯୋଜନାରେ ତିନିଜଣ ଲକ୍ଷପତି ଦିଦିଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ବ୍ୟାଙ୍କ୍ ଋଣ ଓ ତିନୋଟି ଏସ ଏଚ ଜୀଙ୍କୁ କୋଡ଼ିଏ ଲକ୍ଷ ଟଙ୍କାର ବ୍ୟାଙ୍କ ଲିଙ୍କେଜ, ଓଡ଼ିଶା ଜୀବିକା ମିଶନ ତରଫରୁ ତିନୋଟି ଏସ ଏଚ ଜିଙ୍କୁ ମାଛ ଚାଷ ପାଇଁ ଋଣ ଓ ଛତୁ ଚାଷ ନିମନ୍ତେ ସହାୟତା ଆଦି ବଣ୍ଟନ କରାଯାଇଥିଲା । ଏହା ସହିତ ଶିକ୍ଷା, ମହିଳା ଓ ଶିଶୁ ବିକାଶ, ହର୍ତିକଲ୍ଚର, ସ୍ୱାସ୍ଥ୍ୟ ପ୍ରାଣୀଧନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଆଦି ବିଭାଗ ତରଫରୁ ସଚେତନତା ଷ୍ଟଲମାନ ଖୋଲା ଯାଇଥିଲା ।
Article Image
ପରିବହନ ବିଭାଗ ତରଫରୁ ସଡ଼କ ସୁରକ୍ଷା ସଚେତନତା ସହ ଦଶ ଗୋଟି ହେଲମେଟ ବଣ୍ଟନ କରାଯାଇଥିଲା ।
Article Image
ଗାନ୍ଧୀନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ନିଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାୟଗଡ ବ୍ଲକ ର ସମସ୍ତ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ ଓ କର୍ମକର୍ତ୍ତା ଆୟୋଜନରେ ସହଯୋଗ କରିଥିଲେ ।
5