ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବରଡିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୁଗୁଡା, 24/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ବୁଗୁଡା ବ୍ଲକ ଅନ୍ତର୍ଗତ ବରଡିପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ମାର୍ଚ୍ଚ ୨୪ ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ ଏହି କାର୍ଯ୍ୟକ୍ରମରେ ଅଧ୍ଯକ୍ଷତା କରିଥିଲେ। ଅତିଥ୍‌ ଭାବେ ଶିକ୍ଷାବିତ ତଥା ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା, ସିଆରସିସି ଦେବଦତ୍ତ ମହାନ୍ତି, ଏସଏମସି ସଭାପତି ବଂଶୀଧର ପ୍ରଧାନ ଓ ଉପସଭାନେତ୍ରୀ ସାଗରିକା ନାୟକ, ବିରଞ୍ଚିପୁର ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମମତା କୁମାରୀ ପାତ୍ର, ଦଦରାଖୋଲ ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗନ୍ତାୟତ, ଆଦିପୁର ୟୁ.ପି.ସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ସାହୁ ଓ ବୁଦ୍ଧଗିରି ବିଦ୍ୟାପୀଠ ଶିକ୍ଷୟିତ୍ରୀ ସବିତା କର ଯୋଗଦେଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିବା ସହ ସଂଯୋଜନା କରିଥିଲେ। ପୂର୍ବତନ ସଭାପତିଙ୍କ ସମେତ ପ୍ରାୟ ସମସ୍ତ ଛାତ୍ରଛାତ୍ରୀଙ୍କ ପିତା ଓ ମାତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅତିଥ୍‌ ବୃନ୍ଦ ଅଭିଭାବକ ବୃନ୍ଦଙ୍କ । କର୍ତ୍ତବ୍ୟ ବିଷୟରେ କହିବା ସହ ଛାତ୍ରଛାତ୍ରୀଙ୍କୁ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥ୍‌ ବୃନ୍ଦ ସିଲଡ଼ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ବୃନ୍ଦ ସୁନ୍ଦର ଖେଳନା ତଥା ଶିକ୍ଷଣ ସାମଗ୍ରୀ ନିର୍ମାଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ସହକାରୀ ଶିକ୍ଷକ ତ୍ରିଲୋଚନ ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ।
Article Image
1