ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ, ବୁଗୁଡ଼ା କଲେଜରେ ଏବିଭିପିର ଦବଦବା

ବୁଗୁଡ଼ା, 10/10/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ବେଳେ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମୋଟ ୧୭ଟି ପଦବୀ ନିମନ୍ତେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଅନ୍ୟ କୌଣସି ଛାତ୍ର ସଂଗଠନ ପକ୍ଷରୁ ନାମାଙ୍କନପତ୍ର ଦାଖଲ ହୋଇନଥିବା ସୂଚନା ମିଳିଛି। ଏବିଭିପି ପକ୍ଷରୁ ସଭାପତି ପ୍ରାର୍ଥୀ ଭାବେ ସଂଗ୍ରାମ ଦାସ, ଉପସଭାପତି ପ୍ରାର୍ଥୀ ଭାବେ ଶେଫାଳି ପାତ୍ର, ସମ୍ପାଦକ ପ୍ରାର୍ଥୀ ଭାବେ ଶୁଭମ ଦଳେଇ ଏବଂ ସହସମ୍ପାଦକ ପ୍ରାର୍ଥୀ ଭାବେ ସଂଗ୍ରାମ ବେହେରା ନାମାଙ୍କନ ଦାଖଲ କରିଛନ୍ତି।ସେହିପରି କ୍ରୀଡ଼ା ସମ୍ପାଦକ ପଦ ପାଇଁ ଅଜୟ ନାଇକ, କ୍ରୀଡ଼ା ସହସମ୍ପାଦକ ପାଇଁ ସଂଜୀବ ମହାରଣା, ସାମାଜିକ ସେବା ସମ୍ପାଦକ ପାଇଁ ଶକ୍ତି ଅଚାରୀ, ନାଟ୍ୟ ସମ୍ପାଦକ ପାଇଁ ହିମାଂଶୁ ଶେଖର ମହାନ୍ତି, ନାଟ୍ୟ ସହସମ୍ପାଦକ ପାଇଁ ବ୍ରଜବିହାରୀ ପ୍ରଧାନ, ଡିଏସଏ ସମ୍ପାଦକ ପାଇଁ ବିକାଶ ନାୟକ ଏବଂ ଡିଏସଏ ସହସମ୍ପାଦକ ପାଇଁ ଚିତ୍ତରଞ୍ଜନ ସେଠୀ ନାମାଙ୍କନ ଦାଖଲ କରିଛନ୍ତି।ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସମ୍ପାଦକ ପଦ ପାଇଁ ଦେବାଶିଷ ପ୍ରଧାନ, ବିଜ୍ଞାନ ବିଭାଗ ସମ୍ପାଦକ ପାଇଁ ମନୀଷା ରାଣୀ ପଳେଇ, ପତ୍ରିକା ସମ୍ପାଦକ ପାଇଁ ସୁମିତ କୁମାର ବିଷୋୟୀ, ଛାତ୍ରୀ ବିଶ୍ରାମ କକ୍ଷ ପ୍ରତିନିଧି ପାଇଁ କରିସ୍ମା ନାୟକ ଏବଂ ଛାତ୍ର ବିଶ୍ରାମ କକ୍ଷ ପ୍ରତିନିଧି ପାଇଁ କାହ୍ନା ଗୌଡ଼ ଏବଂ +୩ କଳାର ଦ୍ୱିତୀୟ ବର୍ଷର ପ୍ରତିନିଧି ଓମ୍ ଭୂୟାଁ ରହିଛନ୍ତି।ଅନ୍ୟ ଛାତ୍ର ସଂଗଠନଗୁଡ଼ିକ ନାମାଙ୍କନ ଦାଖଲ ନକରିବା ଘଟଣା କଲେଜ ପରିସରରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ପରେ ଏବିଭିପି ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ସମର୍ଥକମାନେ ବାଣ ଫୁଟାଇ ଖୁସି ମନାଇଥିବା ଜଣାପଡ଼ିଛି।ତେବେ କଲେଜରେ ନିର୍ବାଚନ ପ୍ରକ୍ରିୟାର ପରବର୍ତ୍ତୀ ପର୍ଯ୍ୟାୟ ଏବଂ ନିର୍ଦ୍ୱନ୍ଦ୍ୱ ନିର୍ବାଚନ ସମ୍ପର୍କିତ ଔପଚାରିକ ଘୋଷଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ରହିଛି।
7