ଜଗତସିଂହପୁର, 10/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ସରୋଜ ସାହୁ ) :
ତା. 09.10 : ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲପାଠାଗାର ପରିସରରେ ଶିକ୍ଷାବିତ ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ 149 ତମ ଜୟନ୍ତୀ ପାଳିତ ହୋଇଯାଇଛି I ଏହି ସଭାରେ ଶିକ୍ଷ୍ୟାବିତ ବଂଶୀଧର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରବା ସହିତ ସେ ଜଣେ ମାନବବାଦର ବାର୍ତ୍ତାବହ ଥିଲେ ବୋଲି କହିଥିଲେ I ବରିଷ୍ଠ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସମାଜ ସଂସ୍କାରକ, ଜନ ନାୟକ ଥିଲେ ବୋଲି କହିବା ସହିତ ସେବା ଓ ତ୍ୟାଗର ପ୍ରତିମୂର୍ତ୍ତି ଥିଲେ ବୋଲି ମତବ୍ୟକ୍ତ କରିଥିଲେ I ସମ୍ମାନିତ ଅତିଥି ଭାବେ ଶିକ୍ଷ୍ୟାବିତ ରାମ ଚନ୍ଦ୍ର ଆଚାର୍ଯ୍ୟ, ଆଇନଜୀବି ଶିବପ୍ରସାଦ ମାଝୀ, ସତ୍ୟବାଦୀ ଦାସ, ବିଭୁତି ଭୂଷଣ ଲେଙ୍କା, ସତ୍ୟବାଦୀ ସାହୁ, ସଞ୍ଜୟ କୁମାର ସାମନ୍ତ ସିଂହାର, ପ୍ରତାପ କୁମାର ରାଉତରାୟ ପ୍ରମୁଖ ଆଲୋଚନାରେ ଭଗନେଇଥିଲେ I ଶେଷରେ ଅଜୟ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ I