ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଝିଅକୁ ନ୍ୟାୟ ଦେବା ପାଇଁ ମାଆ ଏସ୍‌ପିଙ୍କ ଦ୍ବାରସୁ

ଢେଙ୍କାନାଳ, 10/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ନିହଲପ୍ରସାଦ ଥାନା ଅନ୍ତର୍ଗତ ଗୋଲଙ୍କଲୁଣ୍ଡି ଗ୍ରାମର ଟିକି ମଳିକ, ସାମୀ-ଦିଲ୍ଲୀପ ମଳିକ ନିଜ ଝିଅର ନ୍ୟାୟ ପାଇଁ ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଗତ ଦୁଇବର୍ଷ ହେବ ସେହି ଗ୍ରାମର ପ୍ରକାଶ ମହାନ୍ତିଙ୍କ ପୁତ୍ର ସମିତ୍‌ ମହାନ୍ତି (୨୭) ବିଭିନ୍ନ ପ୍ରଲୋଭନ ଓ ଭୟ ଦେଖାଇ ଶାରୀରିକ ସଂପର୍କ ସ୍ଥାପନ କରିଆସୁଥିଲା । ସାମୀ ଓ ସ୍ତ୍ରୀ ବାହାରେ ରହି ମୁଲ ମଜୁରୀ କରୁଥିବାର ସୁଯୋଗ ନେଇ ସମ୍ବିତ୍ ଏପରି କାର୍ଯ୍ୟ କରୁଥିବାର ବାପା ମା’ ଅଭିଯୋଗ କରିଛନ୍ତି । ସର୍ମିତ ଉଚ୍ଚ ଜାତି ଓ ଧନୀ ଶ୍ରେଣୀର ହୋଇଥିବାରୁ ତାଙ୍କୁ ଭୟରେ କିଛି କହୁନଥିଲେ । ଏହାର ସୁଯୋଗ ନେଇ ଗତ ତା.୦୪.୦୯.୨୦୨୬ରିଖ ଦିନ ସମ୍ବିତ୍ ମୋବାଇଲ୍ ନଂ-୬୩୭୦୫୬୧୩୨୬ ରେ ଝିଅକୁ ଫୋନ୍ କରି ଶାରୀରିକ ସଂପର୍କ ରଖିବାକୁ ଡାକିଥିଲା । ଝିଅ ମନା କରିବାରୁ ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଇଥିଲା । ଏହି ଭୟରେ ଝିଅ ଘରପାଖ କୂଅ ନିକଟକୁ ଯିବାରୁ ତାହା ସହିତ ଯୋରଜବରଦସ୍ତ ଶାରୀରକ ସଂପର୍କ ରଖୁଥ‌ିବା ସମୟରେ ସେହି ଗ୍ରାମର ଟିକିଙ୍କ ସଂପର୍କୀୟ ବେଖି ଟର୍ଚଲାଇଟ୍ ପକାଇବାରୁ ସମ୍ବିତ୍‌ ବୌଜି ପଳାଇଯାଇଥୁଲା ଏବଂ ଏହି ଖବର ନକହିବାକୁ ଝିଅକୁ କିଛି ଟଙ୍କା ଦେଇ ପଳେଇ ଯାଇଥିଲା । ଏହି ଖବର ଜାଣି ବାପା ମା' ଘରକୁ ଫେରୁଥିବା ସମୟରେ ଗ୍ରାମର ମଝି ରାସ୍ତାରେ ସମ୍ବିତ୍‌ ସେମାନଙ୍କୁ ଅଟକାଇ ବିଭିନ୍ନ ଗାଳିଗୁଲଜ କରି କହିଲା, ଯଦି ଥାନାରେ ଏତଲା ଦେଲେ ତୁମ ଦୁଇଜଣଙ୍କୁ ଜୀବନରେ ମାରିଦେବି । ଏହାର ଜବାବ ଦେବାରୁ ସମ୍ବିତ୍ ଟିଜିଙ୍କୁ ଗୋଇଠା ମାରି ଏକ ଲୁହାଛଡରେ ବାଡେଇବା ପାଇଁ ଆଗେଇ ଆସିଲା । ସେଠାରୁ ଜୀବନ ବଂଚାଇ ଦୁଇଜମ ବାପା ଓ ମା' ଘରକୁ ପଳାଇ ଆସିଲେ । ଏହି ଘଟଣାକୁ ନେଇ ନିହସପ୍ରସାଦ ଥାନାରେ ଗତ ୧୦.୦୯.୨୦୨୬ଏତଲା ଦେଇଥିଲେ । ଥାନା ଅଧିକାରୀ ତାରିଖ ବଦଳାଇ ୧୫.୦୯.୨୦୨୬କରି ଏତଲା ପଞ୍ଜିକରଣ କରିଛନ୍ତି ବୋଲି ବାପା ମାଆ ଅଭିଯୋଗ କରିଛନ୍ତି । ଏହାର କେଶ୍ ନଂ-୧୯୭, ତା.୧୫.୦୯.୨୦୨୬ରିଖ ଅଟେ । ଏହି ବିଷୟରେ ଥାନାବାବୁଙ୍କୁ ପଚାରିବାରୁ ଥାନାବାବୁ କୁହନ୍ତି, ସମିତ୍ କୁଆଡେ ପଳାଇଯାଇଛି । ତାକୁ ଖୋଜିବାକୁ ୫୦ ହଜାର ଟଙ୍କା ଖର୍ଚ ହେବ । ଟଙ୍କା ଯୋଗାଡ ଚାଲିଛି, ଟଙ୍କା ହେଲେ ଖୋଜିବୁ ବୋଲି ଥାନା ବାବୁ ଉତର ଦେଉଛନ୍ତି । ଗ୍ରାମରେ ଟିକିଙ୍କ ପରିବାରକୁ ଗ୍ରାମରୁ ବାଛନ୍ଦ କରି କେହି କ‌ଥାବାର୍ତା ହେଉନାହାଁନ୍ତି । କେଶ୍ ଉଠାଇଲେ ଗ୍ରାମରେ ଚଳାଇବେ ବୋଲି କ‌ହୁଛନ୍ତି । ଏଣୁ ଏହି ବିଷୟକୁ ଗୁରୁତର ସହ ତଦନ୍ତ କରି ବାପା ମାଆଙ୍କୁ ନ୍ୟାୟ ଓ ସୁରକ୍ଷା ପ୍ରଦାନ କରିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ପତ୍ର ମାଧ୍ୟମରେ ଅଭିଯୋଗ ଜଣାଇଛନ୍ତି
34