ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଇପୁର ସାଧନ କେନ୍ଦ୍ର ପକ୍ଷରୁ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍ ଯାପିତ

ଯାଜପୁର, 10/10/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) : ତା - ୧୦/୧୦/୨୦୨୬ : ବଡ଼ଚଣା ବ୍ଲକ ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ରଇପୁର ସାଧନ କେନ୍ଦ୍ର ତରଫରୁ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ସାଧୁଚରଣ ବିଦ୍ୟାଭବନ, ପଣସୁଆପାଳ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହାକୁ ଆନୁଷ୍ଠାନିକ ଭାବେ ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ସେନାପତି ଶୁଭ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ପଣ୍ଡିତ ରଞ୍ଜନ କୁମାର ନନ୍ଦଙ୍କ ବେଦ ପାଠରେ ସମଗ୍ର ପରିବେଶ ମନ୍ତ୍ରମୟ ହୋଇଥିଲା।ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ଉନ୍ମେଷ, ବିକାଶ ଓ ବିସ୍ତାର ନିମନ୍ତେ ଏହି ସୁରଭି କାର୍ଯ୍ୟକ୍ରମ ଏକ ଅନନ୍ୟ ଅଭିନବ ପ୍ରୟାସ ବୋଲି ଶ୍ରୀଯୁକ୍ତ ସେନାପତି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ସ୍ତରରେ ପ୍ରଥମ ହୋଇଥିବା ବରିଷ୍ଠ, କନିଷ୍ଠ ଓ ଉପ -କନିଷ୍ଠ ବର୍ଗର ବିଭିନ୍ନ ବିଭାଗରେ ସାଧନ କେନ୍ଦ୍ର ଅଧିନସ୍ଥ ୧୩ ଗୋଟି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା । ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ଭାବେ ସଫଳତାର ସହ ସମସ୍ତ ପ୍ରତିଯୋଗିତାକୁ ସମ୍ପାଦନ କରିଥିଲେ। ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ଜେନା ଙ୍କ ସଂଯୋଜନାରେ ସମସ୍ତ କାର୍ଯ୍ୟ ମାର୍ଗଦର୍ଶିକା ଆଧାରରେ ପରିଚାଳିତ ହୋଇଥିଲା।
Article Image
ମଧ୍ୟାହ୍ନ ଭୋଜନ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରତିଯୋଗିତା ହୋଇଥିଲା। ପରେ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୂୟାଁଙ୍କ ସଭାପତିତ୍ବରେ, ଶିକ୍ଷୟିତ୍ରୀ ସସ୍ମିତା ନନ୍ଦ ଓ ଶିକ୍ଷକ ମୀନକେତନ ସାହୁଙ୍କ ମିଳିତ ସଂଯୋଜନାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇନ୍ଦୁପୁର ସ୍ଥିତ ବିରୂପା ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ମୁଖ୍ୟ ଡଃ ଅଟଳ ବିହାରୀ ପଣ୍ଡା ଯୋଗ ଦେଇଥିଲେ।ପ୍ରତ୍ୟେକ ଶିଶୁଠାରେ ଅନନ୍ତ ସମ୍ଭାବନା ଓ ଦିବ୍ୟ ସୌରଭ ଭରି ରହିଛି ଓ ଏହାର ପୂର୍ଣ୍ଣ ବିକାଶ ହିଁ ବ୍ୟାପକ ସଫଳତା ଆଣି ଦେଇଥାଏ ବୋଲି ଡଃ ପଣ୍ଡା ସାରଗର୍ଭକ ଅଭିଭାଷଣ ରଖି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ବିଶିଷ୍ଟ ଅତିଥି ଭାବେ କୋଲଣଗିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଜ୍ଞାନରଞ୍ଜନ ସାହୁ, ସମିତି ସଭ୍ୟ ନିରଞ୍ଜନ ମହାନ୍ତି, ସ୍ବତନ୍ତ୍ର ଅତିଥି ଭାବେ ଆର୍ନ୍ତଜାତୀୟ ବହୁଭାଷୀ କବି ରତିକାନ୍ତ ସାମଲ,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୁବୋଧ କୁମାର ମହାନ୍ତି, ଗୟାଧର ଘଡାଇ, ପ୍ରଧାନ ଶିକ୍ଷୟିତ୍ରୀ ନିଝୁମ ମହାନ୍ତି,ଝରଣା ଗଣ୍ଡ, ପ୍ରଧାନ ଶିକ୍ଷକ ଦେବାଶିଷ ମଲ୍ଲିକ,ପ୍ରମୋଦ କୁମାର ମହାନ୍ତି, ଶିକ୍ଷକ ପ୍ରଦୀପ କୁମାର ଦାସ,ଅବସରପ୍ରାପ୍ତ ଶିକ୍ଷକ ଜୟଦ୍ରଥ ମହାନ୍ତି,ପିତାମ୍ବର ମଲ୍ଲିକ, ବନମାଳୀ ସାହୁ, ମାୟାଧର ସାହୁ, ଏସ୍ କେ ନାଜରୁଲ ମହମ୍ମଦ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ପ୍ରେରଣାଦାୟୀ ବକ୍ତବ୍ୟ ରଖିଥିଲେ। ସାଧନ କେନ୍ଦ୍ର ସଂଯୋଜକ ହିମାଂଶୁ ଭୂଷଣ ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ପଣ୍ଡିତ ରଞ୍ଜନ କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଶେଷରେ ଶିକ୍ଷୟିତ୍ରୀ ସସ୍ମିତା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର କର୍ମଚାରୀ ନବଘନ ଦାସ, ପର୍ଶୁରାମ ମହାନ୍ତି,ଅଲେଖ ଚନ୍ଦ୍ର ମଲ୍ଲିକ ସମେତ ଗ୍ରାମବାସୀ, ପରିଚାଳନା କମିଟି ର ସଭ୍ୟ ସଭ୍ୟା ଓ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।
10