କୁଜଙ୍ଗ , 11/10/2026, ଉତ୍କଳ voice news - utkalvoicenews.com ( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
ତାରିଖ – ୦୯/୧୦/୨୦୨୬ : ଦୀର୍ଘ ୮ ବର୍ଷ ପରେ କୁଜଙ୍ଗ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ଉତ୍ସାହ ଓ ଚଳଚଞ୍ଚଳତା ଦେଖିବାକୁ ମିଳିଛି। ନାମାଙ୍କନ ପତ୍ର ଦାଖଲକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶେଷ ଉତ୍ସାହ ପ୍ରକାଶ ପାଇଛି। ଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଛାତ୍ରଛାତ୍ରୀମାନେ କୁଜଙ୍ଗ ସାଇ ମନ୍ଦିର ନିକଟରୁ ଏକ ରାଲିରେ ବାହାରି ମହାବିଦ୍ୟାଳୟରେ ପହଞ୍ଚିଥିଲେ।
ସେହିପରି ଦୁଇଟି ପ୍ୟାନେଲର ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ ସ୍ଲୋଗାନ ଦେଇ ମହାବିଦ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଥିଲେ। ସଭାପତି ପଦ ପାଇଁ ଏବିଭିପି ପକ୍ଷରୁ ମୀରା ପ୍ରିୟଦର୍ଶିନୀ ଏବଂ ପ୍ରିୟବ୍ରତ ମହାରଣା ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି। ସେହିପରି ଉପସଭାପତି ପଦ ପାଇଁ ଜ୍ୟୋତିର୍ମୟୀ ବେହେରା ଓ ସୋନାଲି ବେହେରା ଏବଂ ସମ୍ପାଦକ ପଦ ପାଇଁ ଜ୍ୟୋତିର୍ମୟୀ ଜେନା ଓ ଲିଜା ଦାସ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ମହାବିଦ୍ୟାଳୟ ପରିସରରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି।
ନିର୍ବାଚନ ପ୍ରକ୍ରିୟାକୁ ନେଇ ଛାତ୍ରଛାତ୍ରୀ ଓ ସମର୍ଥକମାନଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି।