ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଷ୍ଟମ ଶ୍ରୀମଦଭଗବତଗୀତା ପ୍ରତିଯୋଗିତା

ଏରସମା, 11/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ତା - 10/10/2026 : ରିଖ ରବିବାର ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ ଚମ୍ପାହlଟ ଡିହସାହି ସରସ୍ବତୀ ଶିଶୁମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ପ୍ରଜ୍ଞାନ ମିଶନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଗୀତା ଆବୃତ୍ତି ପ୍ରତିଯୋଗିତାର ସଭାରେ ଜଗତସିଂହପୁର ଜିଲ୍ଲାର ସଂଯୋଜକ ପଣ୍ଡିତ ବାସବ କୁମାର ନନ୍ଦ ସଭାପତିତ୍ୱ କରିଥିବାବେଳେ ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥି, ପଣ୍ଡିତ ନାଗୁ ଚରଣ ଦେବତା,ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିମାଇଁ ଚରଣ ମଲ୍ଲିକ, ଡ଼ଃ ନୀଳମଣି ପାଣି, ଚନ୍ଦ୍ରଶେଖର ଶତପଥୀ, ପାଲlଗାୟକ ସ୍ମୃତି ରଞ୍ଜନ ଦାଶ, ଉମାକାନ୍ତ ଆଚାର୍ଯ୍ୟ, ଅଞ୍ଜନା ଖଣ୍ଡୁଆଳ, ଭକ୍ତିମୟୀ ଦାସ ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଗୀତାପଠନର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ l ତତ୍ ସହିତ ପ୍ରଜ୍ଞା ମିଶନ ଦ୍ୱlରା ଅନୁଷ୍ଠିତ ଏହି ମହନୀୟ କାର୍ଯ୍ୟକ୍ରମର ଉଛ୍ୱସିତ ପ୍ରଂଶସା ମଧ୍ୟ କରିଥିଲେ l ଉକ୍ତ ଆବୃତ୍ତି ପ୍ରତିଯୋଗିତାରେ କୋଡିଏଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଯଥାକ୍ରମେ 'କ ' ବିଭାଗରୁ ସ୍ୱାଭିମାନ ସ୍ୱାଇଁ ପ୍ରଥମ, ଆରାଧ୍ୟା ସ୍ୱାଇଁ ଦ୍ଵିତୀୟ, ଶୁଭଲକ୍ଷ୍ମୀ ସାହୁ ତୃତୀୟ ସ୍ଥାନ, "ଖ " ବିଭାଗରୁ -ସତ୍ୟପ୍ରକାଶ ରାଉତ ପ୍ରଥମ, ଅର୍ଚ୍ଚିତା ଚୌଧୁରୀ ଦ୍ଵିତୀୟ, ଜ୍ଞାନଜ୍ୟୋତି ଦାସ ଏବଂ ସୁରହଂସଦା ତୃତୀୟ ସ୍ଥାନ, "ଗ " ବିଭାଗରୁ -ସୁନୟନl ସ୍ୱାଇଁ ପ୍ରଥମ, ଅସୀମା ଖଟୁଆ ଦ୍ଵିତୀୟ, ସୁପ୍ରିତୀ ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ l ଅନ୍ୟତମ ଜିଲ୍ଲା ସଂଯୋଜକ ଚୈତନ୍ୟ ଚରଣ ରାଉତ ସଭାକୁ ସ୍ୱାଗତ କରି ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବ୍ଲକ ସଂଯୋଜକ ଅଶୋକ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଆସନ୍ତା ନଭେମ୍ବର ମାସ ତା ଅଣତିରିଶ ତାରିଖ ରବିବାର ଦିନ ଜଗତସିଂହପୁର ସ୍ୱାମୀ ବିବେକାନନ୍ଦ ମହାବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ହେବବୋଲି ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା l
8