ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାଶୀପୁରରେ ମା’ ମାଣିକେଶ୍ୱରୀଙ୍କ ନବରାତ୍ରୀ ପୂଜା ଆରମ୍ଭ, ଭକ୍ତିମୟ ପରିବେଶ

ରାୟଗଡ଼ା/କାଶୀପୁରରେ, 11/10/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
Article Image
ଧରାପୃଷ୍ଠକୁ ଆଗମନ କରିବେ ମା’ ଜଗଜ୍ଜନନୀ। ଚାରିଆଡ଼େ ଶୁଭୁଛି ମା’ଙ୍କ ମନ୍ତ୍ରଧ୍ୱନି, ଭକ୍ତି ଓ ଆଧ୍ୟାତ୍ମିକତାରେ ମୁଖରିତ ହୋଇଉଠିଛି ସମଗ୍ର ପରିବେଶ। ଆରମ୍ଭ ହୋଇଛି ପବିତ୍ର ନବରାତ୍ରୀ ପୂଜା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ। ମା’ଙ୍କ ଦର୍ଶନ କରିବା ସହ ନିଜର ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁମାନେ ମା’ଙ୍କ ଶରଣାପନ୍ନ ହେଉଛନ୍ତି। ତେବେ ଏହି ପବିତ୍ର ନବରାତ୍ରୀ ଅବସରରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି। ବିଶେଷ ପରମ୍ପରା ଓ ଧାର୍ମିକ ରୀତିନୀତି ଅନୁଯାୟୀ ଏଠାରେ ମା’ଙ୍କ ପୂଜା କରାଯାଉଥିବାରୁ ଏହି ପୀଠର ରହିଛି ସ୍ୱତନ୍ତ୍ର ମହତ୍ତ୍ୱ।ଆସନ୍ତୁ ଜାଣିବା, ମା’ ମାଣିକେଶ୍ୱରୀଙ୍କ ପୀଠରେ କିପରି ଆରମ୍ଭ ହୋଇଛି ନବରାତ୍ରୀର ସ୍ୱତନ୍ତ୍ର ପୂଜା ରାୟଗଡ଼ା ଜିଲ୍ଲା କାଶୀପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ନବରାତ୍ରୀ ପୂଜା। ଏହାକୁ ନେଇ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ରହିଛି ଅପାର ଆଗ୍ରହ ଓ ଭକ୍ତି।ଦେବ ପରିବାରର ବଂଶଜ ରାଜା ଡାକ୍ତର ଦ୍ୱିବେନ୍ଦୁ କୁମାର ଦେବ ଏବଂ ରାଣୀ ହେମପ୍ରିୟା ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୀଠରେ ଆରମ୍ଭ ହୋଇଛି ପୂଜାକାର୍ଯ୍ୟ। ପାରମ୍ପରିକ ରୀତିନୀତି ଓ ବିଧିବିଧାନ ଅନୁଯାୟୀ ମା’ଙ୍କ ପୂଜା କରାଯାଉଛି। ନବରାତ୍ରୀର ଆଗମନ ସହିତ ମା’ଙ୍କ ପୀଠରେ ଧାର୍ମିକ ଉତ୍ସାହ ଓ ଆଧ୍ୟାତ୍ମିକ ଭାବନା ଅଧିକ ଗଭୀର ହୋଇଉଠିଛି। ମା’ ମାଣିକେଶ୍ୱରୀଙ୍କ ଏହି ପୀଠର ଅନ୍ୟତମ ବିଶେଷତ୍ୱ ହେଉଛି ମା’ଙ୍କର ସ୍ୱତନ୍ତ୍ର ଛିନ୍ନମସ୍ତା ସ୍ୱରୂପରେ ପୂଜା। ପ୍ରଚଳିତ ପରମ୍ପରା ଅନୁଯାୟୀ, ବର୍ଷସାରା ମା’ ଛିନ୍ନମସ୍ତା ରୂପରେ ପୂଜା ପାଉଥିବା ବେଳେ ନବରାତ୍ରୀର ଏହି ବିଶେଷ ସମୟରେ ମା’ଙ୍କ ମସ୍ତକବିହୀନ ଦେବୀ ସ୍ୱରୂପର ପୂଜା କରାଯାଏ। ଏହି ପୂଜା ଦଶମୀ ତିଥି ପର୍ଯ୍ୟନ୍ତ ଚାଲିଥାଏ ବୋଲି ପରମ୍ପରା ରହିଛି।ଏହି ଅନନ୍ୟ ପୂଜା ପଦ୍ଧତି ଯୋଗୁଁ ମା’ ମାଣିକେଶ୍ୱରୀଙ୍କ ପୀଠ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଆସ୍ଥାର କେନ୍ଦ୍ର ହୋଇରହିଛି। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମା’ଙ୍କ ଦର୍ଶନ କରି ନିଜ ପରିବାରର ମଙ୍ଗଳ, ସୁଖଶାନ୍ତି, ସମୃଦ୍ଧି ଓ ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥାନ୍ତି।ନବରାତ୍ରୀ ହେଉଛି ଶକ୍ତି ଉପାସନାର ଏକ ପବିତ୍ର ପର୍ବ। ଏହି ନଅ ଦିନ ଧରି ଭକ୍ତମାନେ ମା’ ଦୁର୍ଗାଙ୍କ ବିଭିନ୍ନ ସ୍ୱରୂପର ଆରାଧନା କରିବା ସହ ଉପବାସ, ପୂଜାପାଠ ଓ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ମା’ଙ୍କ କୃପା ଲାଭ କରିବା ସହ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥାନ୍ତି।କାଶୀପୁରର ମା’ ମାଣିକେଶ୍ୱରୀଙ୍କ ପୀଠରେ ମଧ୍ୟ ଏହି ପବିତ୍ର ପର୍ବକୁ ନେଇ ରହିଛି ଗଭୀର ଆସ୍ଥା ଓ ବିଶ୍ୱାସ। ମା’ଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ପାରମ୍ପରିକ ରୀତିନୀତି ଏହି ଶକ୍ତିପୀଠର ଧାର୍ମିକ ପରିଚୟକୁ ଆହୁରି ସମୃଦ୍ଧ କରିଛି।ତେବେ ନବରାତ୍ରୀର ଶୁଭାରମ୍ଭ ସହିତ ମା’ ମାଣିକେଶ୍ୱରୀଙ୍କ ପୀଠରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପୂଜାର୍ଚ୍ଚନାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ରହିଛି ଅପାର ଭକ୍ତି ଓ ଉତ୍ସାହ। ମା’ଙ୍କ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଥିବା ବେଳେ ମା’ଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖମୟ ହେଉ ବୋଲି କାମନା କରୁଛନ୍ତି।ଜୟ ମା’ ମାଣିକେଶ୍ୱରୀ। ଜୟ ମା’ ଜଗଜ୍ଜନନୀ।ଏହା ଥିଲା ରାୟଗଡ଼ା ଜିଲ୍ଲା କାଶୀପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ମାଣିକେଶ୍ୱରୀଙ୍କ ନବରାତ୍ରୀ ପୂଜାର ସ୍ୱତନ୍ତ୍ର ଖବର। ଏଭଳି ଅଧିକ ଆଞ୍ଚଳିକ ଖବର ପାଇଁ ଆମ ନ୍ୟୁଜ୍ ଚ୍ୟାନେଲକୁ ଲାଇକ୍‌, ସେୟାର ଓ ସବ୍‌ସ୍କ୍ରାଇବ୍ କରନ୍ତୁ।
7