ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅଳିଆରେ ପୋତି ହେଉଛି ତାଳଦଣ୍ଡା କେନାଲ

କୁଜଙ୍ଗ , 12/10/2026, ଉତ୍କଳ voice news - utkalvoicenews.com (ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) : ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ୍ ଦେଇ ପ୍ରବାହିତ ତାଳଦଣ୍ଡା କେନାଲ ଅଳିଆ ଆବର୍ଜନାରେ ପ୍ରଦୂଷିତ ହେବା ସହ ଦୁର୍ଗନ୍ଧମୟ ହୋଇପଡ଼ିଛି। କେନାଲ କୂଳରେ ଆବର୍ଜନା ଜମା ହେବା ଓ ଜଳ ପ୍ରଦୂଷଣକୁ ନେଇ କୁଜଙ୍ଗ ଓ ପାରାଦୀପ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
Article Image
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କେନାଲ କୂଳରେ କୁକୁଡ଼ା ଓ ଛେଳି କାଟିବା ପରେ ବାହାରୁଥିବା ଅବଶିଷ୍ଟାଂଶ, କାଠ, ଫର୍ଣ୍ଣିଚର୍‌ର ବର୍ଜ୍ୟ ଏବଂ ଅନ୍ୟାନ୍ୟ ଆବର୍ଜନା ପକାଯାଉଛି। ଏଥିସହ କେନାଲକୁ ଅଳିଆ ପକାଇବା ସ୍ଥାନ ଓ ଶୌଚ ପାଇଁ ବ୍ୟବହାର କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଫଳରେ ଦୁର୍ଗନ୍ଧ ସୃଷ୍ଟି ହେବା ସହ ଜଳର ଗୁଣବତ୍ତା ଓ ପରିବେଶ ଉପରେ କୁପ୍ରଭାବ ପଡ଼ିବା ଆଶଙ୍କା ଦେଖାଦେଇଛି।
Article Image
ପାରାଦୀପର କେତେକ ଅଞ୍ଚଳରେ ଜଳର ରଙ୍ଗ ଓ ଗୁଣବତ୍ତାକୁ ନେଇ ସମସ୍ୟା ଥିବାରୁ ବିଭିନ୍ନ ଆବଶ୍ୟକତା ପାଇଁ ଲୋକେ ତାଳଦଣ୍ଡା କେନାଲ ଜଳ ଉପରେ ନିର୍ଭର କରୁଥିବା କହିଛନ୍ତି। ଏଭଳି ସ୍ଥିତିରେ କେନାଲର ସ୍ୱଚ୍ଛତା ରକ୍ଷା କରିବା ଜରୁରୀ ହୋଇପଡ଼ିଛି।
Article Image
ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ଅଳିଆ ଆବର୍ଜନା ହଟାଇବା, ନିୟମିତ ସଫେଇ, ବର୍ଜ୍ୟବସ୍ତୁ ନିଷ୍କାସନର ସଠିକ୍ ବ୍ୟବସ୍ଥା ଏବଂ କେନାଲରେ ଆବର୍ଜନା ପକାଉଥିବା ବ୍ୟକ୍ତିଙ୍କ ଉପରେ ନିୟନ୍ତ୍ରଣ ପାଇଁ ସମ୍ପୃକ୍ତ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
10