ପଞ୍ଚପଲ୍ଲୀ / ଏରସମା , 12/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
_1791823255.jpg)
/୧୧/ ଏରସମା ବ୍ଲକ ବିଜୁଜନତା ଦଳ ପକ୍ଷରୁ ଆଗମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ବିଜୁ ଜନତା ଦଳ ପକ୍ଷରୁ କର୍ମୀ ସମାବେଶ ଓ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଟିତ ହୋଇଯାଇଛି l ପୂର୍ବତନ ସରପଂଚ ଶିଶିର କୁମାର ବିଶ୍ଵାଳ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ସମାବେଶ ରେ ସ୍ଥାନୀୟ ବିଧାୟକ ଶାରଦା ପ୍ରସନ୍ନ ଜେନା ଯୋଗ ଦେଈ ନବୀନ ପଟ୍ଟନାୟକ ସରକାର ରେ ସାଧାରଣ ଲୋକଙ୍କ ପାଇଁ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ମାରା ନ ନିତି ଯୋଗୁ ସଧାରଣ ଲୋକ ପରିବାର ଚଳେଇବା କଷ୍ଟ ହୋଇ ପଡ଼ୁଛି l ଦର ଦାମ ବୃଦ୍ଧି କରିବା ସରକାର୍ ଙ୍କ ର ମୁଖ୍ୟ କାମ ହୋଇପଡିଛି l ଏଣୁ ଆଗମୀ ଦିନରେ ସରକାର୍ ଙ୍କ ବିଫଳତା କୁ ନେଇ ଲୋକଙ୍କ ପାଖକୁ ଯିବାକୁ ପଡିବ ବୋଲି କହିଥିଲେ l ସେହି ଭଳି ବ୍ଲକ ବିଜେଡ଼ି ସଭାପତି ପୀତବାସ ଗଛାୟତ, ବ୍ଳକ୍ ଅଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ପ୍ରଣବ ସ୍ଵାଇଁ, ଯୋଗ ଦେଇ ରାଜ୍ୟ ସରକାର ଙ୍କ ଉପରେ ବର୍ଶିଥିଲେ l ସମବାୟ ବିତ ସମୀର ସ୍ଵାଇଁ, ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ପ୍ରଦାୟିନୀ ମହାନ୍ତି ,ପୁର୍ବତନ ବ୍ଳକଅଧକ୍ଷ ମାନସ ରଞ୍ଜନ ସେଠୀ ଯୋଗ ଦେଇ ଡବଲ ଇଞ୍ଜିନ ଡବଲ ଧୋକା ଦେଇଥିବାରୁ ଆଗମୀ ପଞ୍ଚାୟତ ନିର୍ବାଚନ ରେ ବିଜେପି କୁ ବୟକଟ କରିବାକୁ ଅନୁରୋଧ କରିଥଲେ l ଆଗା ମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ହେବାକୁ କର୍ମୀ ମାନଂକୁ ଅୱାହା ନ ଦେଇଥିଲେ l ଏହି ଅବସରରେ ବରିଷ୍ଠ ମୁରବି ଦାଶ ରଥୀ ସ୍ଵାଇଁ , ମାନସ ଜେନା, ରବିନା ସାମଲ ଧୀରେନ୍ଦ୍ର ଦାସ, ବିଜୟ ତଙ୍ଗୁର, ଗୁଡୁଲ ଖୁଣ୍ଟିଆ, ସନ୍ଦୀପ ଖୁଣ୍ଟିଆ , ପ୍ରମୁଖ ଆନୁଷ୍ଠାନିକ ଭାବରେ ବିଜେଡି ରେ ମିଶିଥିଲେ l ବରିଷ୍ଟ ବିଜେଡି ନେତା କ୍ଷେତ୍ର ମୋହନ ଦାସ ଧନ୍ୟବାଦ୍ ଦେଇଥିବା ବେଳେ ଜ୍ଞାନ ବନ୍ତ୍ ସାହୁ, ଯୁବ ନେତା ନିମାଇଁ ମହାନ୍ତି ,ପ୍ରଶାନ୍ତ ମହାପାତ୍ର , ମହେନ୍ଦ୍ର ସେନାପତି, ଦୀନକୃଷ୍ଣ ସ୍ଵାଇଁ, ବଟକୃଷ୍ଣ ପାଳ, ସରୋଜ ରମ୍, ରମାକାନ୍ତ ମିଶ୍ର ଶିବାନନ୍ଦ ମିଶ୍ର, ବରିଷ୍ଟ ମୂରବି ପ୍ରମୋଦ ପଟ୍ଟ ନାୟକ, ନାରାୟଣ ମହାନ୍ତି ଅମୁଲ୍ୟ ମହାନ୍ତି , ଅକ୍ଷୟ ସାମଲ ପ୍ରମୁଖ ୩ଶହ ରୁ ଅଧିକ କର୍ମୀ ମାନେ ଯୋଗ ଦେଇଥିଲେ