ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବେଆଇନ ବାଣ ତିଆରି ୟୁନିଟ୍ ଠାବ, ୧୦୦ କିଲୋ ବାରୁଦ ସହ ବିପୁଳ ସାମଗ୍ରୀ ଜବତ

ଏରସମା, 12/10/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ। ) :
Article Image
ତା - ୧୨/୧୦ : ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳରେ ବେଆଇନ ବାଣ ତିଆରି ୟୁନିଟ୍ ଉପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବାରୁଦ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ସୋମବାର ଦିନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଏରସମା ଥାନାର ASI ପି.କେ. ରାୟ ଓ ASI ଏସ୍. ବେଗମଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଧୋବେଇଜଙ୍ଗଲ (ଦହିବର) ଗ୍ରାମର ରାମ ଶଙ୍କର ଦାସଙ୍କ ଘରେ ଚଢ଼ାଉ କରିଥିଲା। ତଲାସି ସମୟରେ ସେଠାରେ ବେଆଇନ ଭାବେ ବାଣ ତିଆରି କରାଯାଉଥିବା ଏକ ୟୁନିଟ୍ ଠାବ ହୋଇଥିଲା। ପୋଲିସର ସୂଚନା ଅନୁସାରେ, ଚଢ଼ାଉ ବେଳେ ପ୍ରାୟ ୧୦୦ କିଲୋଗ୍ରାମ ବାରୁଦ, ଚାରିଟି ରାସାୟନିକ ପଦାର୍ଥ ଭର୍ତ୍ତି ବୋତଲ, ୮୦ଟି ହାତ ତିଆରି ବାଣ, ୨୦ଟି ଖାଲି ବାଣ ନଳ, ୬୭ଟି ଖାଲି ଅନାର ପାତ୍ର, ପ୍ରାୟ ଏକ କିଲୋଗ୍ରାମ ସୂତା, ଗୋଟିଏ ଟ୍ୟୁବ୍ ଗମ୍, ୫୦୦ଟି ଫ୍ୟୁଜ୍ ଏବଂ ପାଞ୍ଚଟି ଖାଲି ସ୍କାଏ-ଶଟ୍ ନଳ ଜବତ କରାଯାଇଛି।
9