ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ରଙ୍କ ହକ୍ ପାଇଁ ସ୍ୱର ଉଠାଇବ କିଏ ? ନଜର କୁଜଙ୍ଗ କଲେଜ ନିର୍ବାଚନ ଉପରେ

କୁଜଙ୍ଗ , 13/10/2026, ଉତ୍କଳ voice news - utkalvoicenews.com( ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତାରିଖ : ୧୨/୧୦/୨୦୨୬ : କୁଜଙ୍ଗ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଛାତ୍ରଛାତ୍ରୀଙ୍କ ଅଧିକାର, ସମସ୍ୟାର ସମାଧାନ ଏବଂ ଛାତ୍ର ନେତୃତ୍ୱକୁ ଗୁରୁତ୍ୱ ଦେଇ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି। ସଭାପତି ପଦ ପାଇଁ +୩ ବିଜ୍ଞାନ ତୃତୀୟ ବର୍ଷର ଛାତ୍ର ପ୍ରିୟବ୍ରତ ମହାରଣା ପ୍ରାର୍ଥୀ ହୋଇଥିବା ବେଳେ, ସମ୍ପାଦକ ପଦ ପାଇଁ +୩ ବିଜ୍ଞାନ ତୃତୀୟ ବର୍ଷର ଛାତ୍ରୀ ଲିଜା ଦାସ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଉପସଭାପତି ପଦ ପାଇଁ +୩ କଳାର ଛାତ୍ରୀ ସୋନାଲି ବେହେରା ପ୍ରାର୍ଥୀ ହୋଇଛନ୍ତି। ଏହାବ୍ୟତୀତ ଅନ୍ୟାନ୍ୟ ପଦବୀ ପାଇଁ ମଧ୍ୟ ପ୍ରାର୍ଥୀମାନେ ନିର୍ବାଚନରେ ଭାଗ ନେଇଛନ୍ତି। ଛାତ୍ର ସଂସଦ ନିର୍ବାଚନ କେବଳ ପଦପଦବୀ ହାସଲରେ ସୀମିତ ନୁହେଁ। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଉପସ୍ଥାପନ କରିବା, ସେମାନଙ୍କ ଦାବିକୁ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବା ଏବଂ ଶିକ୍ଷାନୁଷ୍ଠାନର ବିକାଶରେ ଛାତ୍ରଛାତ୍ରୀଙ୍କ ଭାଗୀଦାରି ବୃଦ୍ଧି କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଭଳି ସ୍ଥିତିରେ ପ୍ରାର୍ଥୀଙ୍କ ନେତୃତ୍ୱ ଦକ୍ଷତା, ଦାୟିତ୍ୱବୋଧ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ପ୍ରତି ସେମାନଙ୍କ ଆଭିମୁଖ୍ୟ ଉପରେ ଭୋଟରଙ୍କ ନଜର ରହିଛି। ତେବେ କେଉଁ ପ୍ରାର୍ଥୀଙ୍କ ଉପରେ ଛାତ୍ରଛାତ୍ରୀ ଆସ୍ଥା ପ୍ରକଟ କରିବେ ଏବଂ ନିର୍ବାଚନରେ କାହାକୁ ନେତୃତ୍ୱର ସୁଯୋଗ ମିଳିବ, ତାହା ଫଳାଫଳ ପ୍ରକାଶ ପରେ ସ୍ପଷ୍ଟ ହେବ।
13