ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତାଳୁଆ - ବାଲିକୁଦା ସାଧନ କେନ୍ଦ୍ର ତରଫରୁ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଜ୍ଜାପିତ

ଯାଜପୁର, 13/10/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :
Article Image
ତା - ୧୩/୧୦/୨୦୨୬ : ବଡ଼ଚଣା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ତାଳୁଆ - ବାଲିକୁଦା ସାଧନ କେନ୍ଦ୍ର ତରଫରୁ ମୂଷାଟିକିରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ୨୦୨୬ ଅନୁଷ୍ଠିତ ହୋଇଅଛି। ଏହାକୁ ସାଉଡ଼ିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ, ସମାଜସେବୀ ସୁରେନ୍ଦ୍ର କୁମାର ସେନାପତି ଶୁଭ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏଥିରେ ୧୨ ଟି ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସରକାରୀ ମାର୍ଗଦର୍ଶିକା ଆଧାରରେ ବିଭିନ୍ନ ବିଭାଗର ପ୍ରତିଯୋଗିତା ହୋଇଥିଲା। ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପ୍ରତିଯୋଗିତାଗୁଡ଼ିକୁ ସାଧନ କେନ୍ଦ୍ର ସଂଯୋଜିକା ତପସ୍ଵିନୀ ଶାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଫଳତାର ସହ ପରିଚାଳନା କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ବିଚାରକ ଭାବେ ବିଶିଷ୍ଟ ନୃତ୍ୟ ଗୁରୁ ଲକ୍ଷ୍ମୀ ଖମାରୀ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ମଲ୍ଲିକଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ଓ ଉଜ୍ଜାପନୀ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟର ଇଂରାଜୀ ବିଭାଗର ମୁଖ୍ୟ ଖ୍ୟାତନାମା ଶିକ୍ଷାବିତ୍ ଓ ସ୍ତମ୍ଭକାର ଡଃ ମନୋରଞ୍ଜନ ବେହୁରା। ଏକାଗ୍ର ଚିତ୍ତରେ ସମର୍ପିତ ଭାବେ ଅଧ୍ୟୟନ କରିବା ସହ ଶାନ୍ତ ସ୍ବଭାବ ପ୍ରଦର୍ଶନ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ସେ ଆହ୍ଵାନ ଦେଇଥିଲେ। ସମ୍ମାନିତ ଭାବେ ସାଉଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଜଗନ୍ନାଥ ଖଣ୍ଡାଇ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଅଭିନବ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଅତିଥିମାନେ କୃତି ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଶିକ୍ଷକ କରୁଣାକର ବଳିଆର ସିଂହ, ଶ୍ରୀମନ୍ତ ଶତପଥୀ, ପ୍ରଶାନ୍ତ ମଲ୍ଲିକ, ରୂପାଲି ମହାପାତ୍ର, ମୋନାଲିସା ନାୟକ, ଅନିତା ଦାସ, କୁନିଲତା ସାହୁ, ସୋପ୍ନାଶ୍ରୀ ସାହୁ, ସୁଦର୍ଶନ ନାୟକ, ନିବେଦିତା ନାୟକ, ମୟନା ହେମ୍ରମ ଓ ବିଦ୍ୟାଳୟ କର୍ମଚାରୀ ପ୍ରଶାନ୍ତ ସାମଲ ସମେତ ସାଧନ କେନ୍ଦ୍ର ର ସମସ୍ତ ପ୍ରଧାନ ଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ରଇପୁର ସାଧନ କେନ୍ଦ୍ରର ସଂଯୋଜକ ହିମାଂଶୁ ଭୂଷଣ ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ।ଶିକ୍ଷକ କରୁଣାକର ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।
10