ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏରସମାରେ ଆକ୍ସିସ୍ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଏରସମା, 13/10/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ ) :
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ର ମେନ୍‌ ରୋଡ୍‌ରେ ଆକ୍ସିସ୍ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ ହୋଇଛି। ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଏରସମା ବ୍ଲକ୍‌ର ଅତିରିକ୍ତ ତହସିଲଦାର ରଞ୍ଜନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଶାଖାର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ମାନସ ସାମଲ, ଅପରେସନ୍ସ ହେଡ୍ ରୋଶନ କୁମାର, କ୍ଲଷ୍ଟର ହେଡ୍ ସଞ୍ଜୀବ କୁମାର ସ୍ୱାଇଁ, ସରକାରୀ ସମ୍ପର୍କ ଅଧିକାରୀ ଦୀପ୍ତଭାନୁ ଶତପଥୀ ଏବଂ ବ୍ୟାଙ୍କ କର୍ମଚାରୀ ବାସୁଦେବ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ନୂତନ ଶାଖା ଖୋଲିବା ଦ୍ୱାରା ଏରସମା ଅଞ୍ଚଳର ଗ୍ରାହକମାନେ ବ୍ୟାଙ୍କିଙ୍ଗ୍ ସେବା ପାଇବାରେ ଅଧିକ ସୁବିଧା ପାଇପାରିବେ। ସ୍ଥାନୀୟ ଅଞ୍ଚଳରେ ବ୍ୟାଙ୍କିଙ୍ଗ୍ ସେବାର ସମ୍ପ୍ରସାରଣ ସହ ଲୋକଙ୍କୁ ଉନ୍ନତ ଆର୍ଥିକ ସେବା ଯୋଗାଇବା ଦିଗରେ ଏହି ଶାଖା ସହାୟକ ହେବ ବୋଲି ଆଶା କରାଯାଉଛି।
9