କୁଜଙ୍ଗ / ରାହାମା, 13/10/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
ତା. ୧୩/୧୦: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ପ୍ରସିଦ୍ଧ ଶ୍ରୀଶ୍ରୀ ହରପାର୍ବତୀ ପୀଠରେ ଚାଲିଛି ମା’ଙ୍କ ଷୋଡ଼ଶଦିନାତ୍ମକ ପାର୍ବଣ ପୂଜା।
ପୂଜାର ଏକାଦଶ ଦିବସରେ ମା’ଙ୍କ ବଗଳାମୁଖୀ ବେଶ ଅନୁଷ୍ଠିତ ହୋଇଥିବା ବେଳେ ପୀଠରେ ସାଧୁସନ୍ଥ, ବ୍ରାହ୍ମଣ ପଣ୍ଡିତ, ବୁଦ୍ଧିଜୀବୀ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହୋଇଥିଲା।
ପଣ୍ଡିତ ଡ. ଅରୁଣ ପାଣିଙ୍କ ଆହ୍ୱାନକ୍ରମେ ରାମାୟଣୀ ପଣ୍ଡିତ ଅଭୟ ଦାସ (ବୁଲୁ ନନା), ନୃସିଂହ ପୀଠ ଅଧିକାରୀ ରମାକାନ୍ତ ଦାସ, ବାବାଜୀ ନରୋତ୍ତମ ଦାସ, ବାବା ରାମଚନ୍ଦ୍ର ଦାସ, ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବର ମୁଖ୍ୟ ଡ. ସୁନାକାର ବେହେରାଙ୍କ ସମେତ ବହୁ ସାଧୁସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।
ଏହି ଅବସରରେ ଭକ୍ତମାନଙ୍କ ମଧ୍ୟରେ ମା’ଙ୍କ ଦିବ୍ୟ ପ୍ରସାଦ ବିତରଣ କରାଯାଇଥିଲା। ଷୋଡ଼ଶଦିନାତ୍ମକ ପାର୍ବଣ ପୂଜା ଯୋଗୁଁ ପୀଠରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ମା’ଙ୍କ ବିଭିନ୍ନ ବେଶ ଓ ପୂଜାନୀତି ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି।