ଏରସମା, 26/03/2025, ଉତ୍କଳ voice news - utkalvoicenews.com

ଉତ୍କଳ ଯାଦବ ମହାସଭା, ଓଡ଼ିଶା ପକ୍ଷରୁ କଟକ ୪୨ ମୌଜା ସ୍ଥିତ ଯଶୋଦା ଗାର୍ଡେନ ଠାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉତ୍କଳ ଯାଦବ ମହାସଭାର ସଭାପତି ଡଃ. ଆଶୀର୍ବାଦ ବେହେରାଙ୍କ ସଭାପତିତ୍ୱରେ ୩୪ଟି ସାଙ୍ଗଠନିକ ଜିଲାକୁ ନେଇ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରାଯିବା ସହିତ ଉତ୍କଳ ଯାଦବ ମହାସଭାର ରାଜ୍ୟ କାର୍ଯ୍ୟ କାରିଣୀରେ ନୂତନ ଭାବେ ଦାଇତ୍ୱ ପ୍ରଦାନ କରାଯାଇଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜଗତସିଂହପୁର ଓ ବାଲିକୁଦା ଅଞ୍ଚଳର ଜଣାଶୁଣା ଯାଦବ ସଂଗଠକ କାର୍ତ୍ତିକ ଚନ୍ଦ୍ର ବେହେରା ଉତ୍କଳ ଯାଦବ ମହାସଭାର ରାଜ୍ୟ ଯୁଗ୍ମ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀ ବେହେରା ଙ୍କର ଏହି ଗୁରୁ ଦାୟିତ୍ୱ ଓ ସମ୍ବର୍ଦ୍ଧନା ପାଇଁ ଜଗତସିଂହପୁର, ବାଲିକୁଦା, ଏରସମା ପ୍ରଭୃତି ଅଞ୍ଚଳରେ ଯାଦବ ସଂଗଠନର ଜନସାଧାରଣଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ଦୀର୍ଘ ୧୦ବର୍ଷ ଧରି ସମଗ୍ର ବାଲିକୁଦା, ଏରସମା ଓ ଜଗତସିଂହପୁର ଜିଲାରେ ଯାଦବ ଭାଇ ମାନଙ୍କୁ ସଂଗଠିତ କରି ସେମାନଙ୍କର ସାମଗ୍ରିକ ବିକାଶ ସହିତ ଯାଦବ ଜାତିର ପାରମ୍ପରିକ ନୃତ୍ୟ, ଗୀତ ଓ ଲଉଡ଼ି ଖେଳର ବିକାଶ ଦିଗରେ ଶ୍ରୀ ବେହେରାଙ୍କ ଅବଦାନ ବେଶ ଗୁରୁତ୍ୱପୂର୍ଣ । ତାଙ୍କର ଏହି ପଦୋନ୍ନତି କୁ ବାଲିକୁଦା ବ୍ଲକ ଯାଦବ ମହାସଭାର କର୍ମକର୍ତ୍ତା, ସଭାପତି ବାବାଜୀ ଚରଣ ଦାସ, ଶରତ ଚନ୍ଦ୍ର ଦାସ, ଆଇନଜୀବୀ ଡଃ. ବୀର ନାରାୟଣ ପାତ୍ର, ଗଙ୍ଗାଧର ବେହେରା, ନରେଶ ଚନ୍ଦ୍ର ଦାସ, ରବୀନ୍ଦ୍ର କୁମାର ମାଦେଳି, ସୁଶାନ୍ତ କୁମାର ଦାସ, ପ୍ରଫୁଲ୍ଲ କୁମାର ବାହାଲିଆ, ଚିତ୍ତରଞ୍ଜନ ଦାସ, ବଳରାମ ବେହେରା, ବୀରବର ଦାସ, ପ୍ରହଲ୍ଲାଦ ମାହାର, ଅକ୍ଷୟ କୁମାର ଜେନା, ବିଶ୍ୱନାଥ ଦାସ, ସୌମେନ୍ଦ୍ର ଦାସ, ଉଲ୍ଲାସ ଚନ୍ଦ୍ର ଦାସ, ହେମନ୍ତ ଦାସ, ଗୌରାଙ୍ଗ ପରିଡା, ମିଟୁ ଦାସ, ବିଷ୍ଣୁ ପ୍ରସାଦ ଦାସ, ଶଙ୍କର ବହିରା ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି । ଉତ୍କଳ ଯାଦବ ମହାସଭା ପକ୍ଷରୁ ଶ୍ରୀ ବେହେରାଙ୍କୁ ରାଜ୍ୟ ଯୁଗ୍ମ ସମ୍ପାଦକର ଗୁରୁ ଦାଇତ୍ୱ ଏବଂ ସମ୍ବର୍ଦ୍ଧନା ପ୍ରଦାନ କରିଥିବାରୁ ଶ୍ରୀ ବେହେରା ରାଜ୍ୟ ସଭାପତି ଡଃ. ଆଶୀର୍ବାଦ ବେହେରା, କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ମହାସଚିବ ତଥା କଣ୍ଟାବାଞ୍ଝି ବିଧାୟକ ଲକ୍ଷ୍ମଣ ବାଗ୍, ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ଯୁବ ସଭାପତି ତଥା ସାଙ୍ଗଠନିକ ସମ୍ପାଦକ ଇଂ. ପ୍ରଦୀପ ବେହେରା, ସାଧାରଣ ସମ୍ପାଦିକା ରୁନିଲତା ବେହେରା ଓ ଜଗତସିଂହପୁର ଜିଲାର ସମସ୍ତ ଯାଦବ ସଂଗଠନର ନେତୃମଣ୍ଡଳୀ ଙ୍କୁ ଏହି ପଦୋନ୍ନତି ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
