ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସୁଶ୍ରୀ ଶୁଭଶ୍ରୀ ପକ୍ଷରୁ ଚାରା ରୋପଣ

କୁଜଙ୍ଗ , 14/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ପଣ୍ଡୁଆର ଖପରଖିଆଠାରେ ଅବସ୍ଥିତ ସାତ ଭଉଣୀ ମଠ ପରିସରରେ ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦ ପକ୍ଷରୁ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସ ନଡ଼ିଆ ଓ ଗୁଆ ଚାରା ଯୋଗାଇ ଦେଇଥିବାବେଳେ ଏହା ମଠlଧୀଶ ଶ୍ରୀ ଶ୍ରୀ ହରିନାରାୟଣ ଦାସ ଓ ମକରଧ୍ୱଜ ଶିଳ୍ପ ତାଲିମ୍ କେନ୍ଦ୍ରର ଅଧ୍ୟକ୍ଷ ମହେଶ୍ୱର ସ୍ୱାଇଁ ଏହାର ତତ୍ତ୍ୱାବଧାରକ ଦାୟିତ୍ୱ ନିର୍ବାହ କରିବାର ପ୍ରତିଶୃତି ଦେଇଥିଲେ l ଏହି ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ପଣ୍ଡିତ ନାଗୁଚରଣ ଦେବତା ଅଧ୍ୟକ୍ଷତା କରିଥିଲେ l ମୁଖ୍ୟ ଅତିଥିଭାବେ ଆଧ୍ୟାତ୍ମବାଦୀ ଜ୍ୟୋତିର୍ବିଦ ଡ଼ଃ ଅରୁଣ କୁମାର ପାଣି ମଠ ଗୁଡ଼ିକର ସୁପରିଚାଳନା ନିମିତ୍ତ ଅର୍ଥକାରୀ ବୃକ୍ଷ ଗୁଡିକର ନିତାନ୍ତ ଆବଶ୍ୟକ ବୋଲି ମତରଖିଥିବାବେଳେ ସ୍ଥାନୀୟ ପଣ୍ଡୁଆର ଅଧିବାସୀ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାସ ମୁଖ୍ୟବକ୍ତା ଭାବରେ ଯୋଗଦେଇ ମଠ ସମ୍ପର୍କୀୟ ତାଙ୍କର ଅନୁଭୂତି ସମ୍ପର୍କରେ ଅବଗତ କରାଇବା ସହ ଏହି କାର୍ଯ୍ୟକ୍ରମ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ l ସମ୍ମାନିତ ଅତିଥିଭାବେ ବୁଦ୍ଧିଜୀବୀ ହୃଷିକେଶ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ନାୟକ,ଆଞ୍ଚଳିକ ପୂଜ୍ୟ ପୂଜା ସଂସଦ ଅଧ୍ୟକ୍ଷ ଯଯାତି କେଶରୀ ସାମନ୍ତରାୟ, ବୈଦ୍ୟନାଥ ସାହୁ ପ୍ରମୁଖ ବର୍ତ୍ତମାନ ସମାଜ ସୁରକ୍ଷାର ଏକମାତ୍ର ପ୍ରହରୀ ବୃକ୍ଷ ବୋଲି ମତରଖିଥିଲେ l ସଭାପତି ପ୍ରେମ ଚରଣ ରାଉତ ଧନ୍ୟବାଦ ପର୍ବ ଶେଷ କରିବାପରେ ମଠ କର୍ମକର୍ତ୍ତା ମାନଙ୍କ ସହାୟତାରେ ବୃକ୍ଷ ରୋପଣ କରାଯାଇଥିଲା l
9