ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପ୍ରାର୍ଥୀଙ୍କ ଅଭିମତ ଉପସ୍ଥାପନ, ଆସନ୍ତାକାଲି ମତଦାନ

ବୁଗୁଡ଼ା, 14/10/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) ;
Article Image
ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପରିସରରେ ଛାତ୍ର ସଂସଦ ନିର୍ବାଚନ ଉପଲକ୍ଷେ " ମୁଁ କାହିଁକି ପ୍ରାର୍ଥୀ ହୋଇଛି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀ ହୋଇଥିବା ଛାତ୍ରଛାତ୍ରୀ ମାନେ କଲେଜର ସାଧାରଣ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ନିଜ ନିଜର ମତ ରଖିବା ସହ କେଉଁ ଉଦ୍ଦେଶ୍ୟ ନେଇ ସେମାନେ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ଓ ଏହାର ଆବଶ୍ୟକତା କଣ, ସେ ସମ୍ପର୍କରେ ନିଜର ଅଭିମତ ଉପସ୍ଥାପନ କରିଥିଲେ।ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ସଭାପତି ପଦବୀ ପାଇଁ ଶମ୍ଭୁ ପ୍ରଧାନ, ଉପସଭାପତି ପଦବୀ ପାଇଁ ଶଙ୍କର ବିଷୋୟୀ ଏବଂ ସାଧାରଣ ସମ୍ପାଦକ ପଦବୀ ପାଇଁ ସ୍ମିତା ରାଣୀ ଭୂୟାଁ ପ୍ରାର୍ଥୀ ହୋଇଛନ୍ତି। ଏହି ତିନି ପ୍ରାର୍ଥୀ ‘" ମୁଁ କାହିଁକି ପ୍ରାର୍ଥୀ ହୋଇଛି" କାର୍ଯ୍ୟକ୍ରମରେ ନିଜ ନିଜର ମତ ରଖିଛନ୍ତି। ଏଥିସହ ଏବିଭିପି ପକ୍ଷରୁ ମୋଟ ଛଅଟି ପଦବୀ ପାଇଁ ପ୍ରାର୍ଥୀ ଦିଆଯାଇଥିବା ବେଳେ ଅନ୍ୟ ତିନୋଟି ପଦବୀର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ଜଣାପଡ଼ିଛି।ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ଆସନ୍ତାକାଲି ଛାତ୍ର ସଂସଦ ନିର୍ବାଚନରେ ମତଦାନ ହେବ। ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଲେଜ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଅନୁରୋଧ କରାଯାଇଛି। ନିର୍ବାଚନ ସମୟରେ ଶୃଙ୍ଖଳା ବଜାୟ ରଖିବା ସହ ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପନ୍ନ କରିବାରେ କୁହାଯାଇଛି।
Article Image
7