ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

୨୦୦୦ ମସିହା ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ୨୫ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନ

ବୋରିକିନା, 26/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଅଧିନ ବାଲିକୁଦା ବ୍ଲକ୍ ବୋରିକିନା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୦୦ ମସିହା ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଜଗତ୍ ପ୍ରସାଦ ମହାନ୍ତି, କ୍ଷେତ୍ରମୋହନ ବେହେରା, ଧର୍ମାନନ୍ଦ ସାର୍, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ୪ର୍ଥ ଶ୍ରେଣୀ କର୍ମଚାରୀ କୈଳାସ ମହାପାତ୍ର, ବେଙ୍ଗଲତା ଦେଇ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ରଛାତ୍ରୀଙ୍କ ବାନ୍ଧବୀ ସ୍ୱର୍ଗତ ସସ୍ମିତା ବେହେରା ଙ୍କ ଝିଅକୁ ୧୨୫୦୦ ଅର୍ଥ ରାଶି ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ର ଗଣେଶ୍ୱର ସାହୁ, ଜଗବନ୍ଧୁ ବିଶ୍ଵାଳ, ନଳିନୀ ମହାପାତ୍ର, ମାନସ ଗୋଚ୍ଛାୟତ, ସର୍ବେଶ୍ଵର ସ୍ୱାଇଁ, ମଞ୍ଜୁ ଜେନା, ସଞ୍ଜୟ ଦାସ, ଗଗନ କରନ୍ ପ୍ରମୁଖ ଉପସ୍ଥିତ ରହି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କୃଷ୍ଣଚନ୍ଦ୍ର ମଲ୍ଲିକ, ଜ୍ୟୋତିପ୍ରକାଶ ମିଶ୍ର, କମଲ ମୁଖାର୍ଜୀ, ରୁଦ୍ର ପ୍ରସାଦ ବିଶ୍ୱାଳ ପ୍ରମୁଖ ସକ୍ରିୟ ରୂପେ ପରିଚାଳନା କରିଥିଲେ । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ୍ଵ ପୁରାତନ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ବିଦ୍ୟାଳୟର ଅଭୁଲା ସ୍ମୃତିକୁ ମନ ପକାଇ ରୋମନ୍ଥନ କରିଥିଲେ । ପ୍ରତିବର୍ଷ ଏହି ଭଳି ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିବା ପାଇଁ ସମସ୍ତେ ନିଷ୍ପତ୍ତି ନେଇଥିଲେ । ଏଥିରେ ମଧୁସୂଦନ ବିଶ୍ଵାଳ, ବିକ୍ରମ ଦାସ, ପ୍ରତାପ ଲେଙ୍କା, ବିଷ୍ଣୁ ପାତ୍ର, ନୀଳମଣି ବାରିକ, ଚିନ୍ମୟ ସେଠୀ, ରବୀନ୍ଦ୍ର କାଣ୍ଡି, ବିନୋଦିନୀ ସାହୁ, ରଞ୍ଜିତା ସାହୁ, ମମତା ବେହେରା, ଇତି ଆଚାର୍ଯ୍ୟ, ନିରଞ୍ଜନ ପରିଡ଼ା ପ୍ରମୁଖଙ୍କ ସହିତ ଅନ୍ୟ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ । ଶେଷରେ ନିରଞ୍ଜନ ଖୁଣ୍ଟିଆ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।
1