ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ନୂଆ ନେତୃତ୍ୱ, ନୂଆ ଆଶା : ଆଜି ସାରଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ରାହାମା, 15/10/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତାରିଖ : ୧୪/୧୦/୨୦୨୬ : କୁଜଙ୍ଗ ବ୍ଲକ ଅନ୍ତର୍ଗତ ସାରଳା ମହାବିଦ୍ୟାଳୟ, ରାହାମାରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ‘ହ୍ୱାଇ ଷ୍ଟାଣ୍ଡ ଫର୍’ ସଭା ଉତ୍ସାହପୂର୍ଣ୍ଣ ପରିବେଶରେ ଶେଷ ହୋଇଛି। ଏହି ସଭାରେ ପ୍ରାର୍ଥୀମାନେ ନିଜ ନିଜର ଚିନ୍ତାଧାରା, ଲକ୍ଷ୍ୟ ଓ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟ କରିବାର ସଂକଳ୍ପ ଉପସ୍ଥାପନ କରିଥିଲେ।
Article Image
ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଅରୁଣ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ବିଭିନ୍ନ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ପଟୁଆରରେ ଆସି ସଭାରେ ଯୋଗଦେଇଥିଲେ। ପ୍ରତ୍ୟେକ ପ୍ରାର୍ଥୀଙ୍କୁ ନିଜ ମତ ରଖିବା ପାଇଁ ସାତ ମିନିଟ୍ ସମୟ ଦିଆଯାଇଥିଲା।
Article Image
ସଭାରେ +୩ ଛାତ୍ର ସଂସଦର ପରାମର୍ଶଦାତା ଅଧ୍ୟାପକ ସଞ୍ଜୟ କୁମାର ଖୁଣ୍ଟିଆ ନିର୍ବାଚନ ପରିଚାଳନା ଓ ନିୟମାବଳୀ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ସହ-ପରାମର୍ଶଦାତା ଅଧ୍ୟାପକ ରାକେଶ କୁମାର କାଣ୍ଡିଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଶାନ୍ତିଶୃଙ୍ଖଳା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।
Article Image
ଚଳିତ ନିର୍ବାଚନରେ ୧୦ଟି ପଦବୀ ପାଇଁ ୧୬ ଜଣ ପ୍ରାର୍ଥୀ ରହିଥିବାବେଳେ ଦୁଇଜଣ ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ୧୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଲାଟ୍ ପେପର ମାଧ୍ୟମରେ ମତଦାନ ହେବ। ଛାତ୍ରଛାତ୍ରୀମାନେ ନିଜ ମତାଧିକାର ସାବ୍ୟସ୍ତ କରିବା ସହ ଉପଯୁକ୍ତ ପ୍ରତିନିଧି ବାଛିବାକୁ ପ୍ରସ୍ତୁତ ହୋଇଛନ୍ତି। ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ତିର୍ତ୍ତୋଲ ପୁଲିସ ପକ୍ଷରୁ ମଧ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଅଧିକାରୀମାନେ କଲେଜ ପରିସର ଓ ଆଖପାଖ ଅଞ୍ଚଳର ସ୍ଥିତି ସମୀକ୍ଷା କରିଥିଲେ। ଛାତ୍ର ସଂସଦ ନିର୍ବାଚନ କେବଳ ନେତୃତ୍ୱ ଚୟନର ମାଧ୍ୟମ ନୁହେଁ, ବରଂ ଗଣତାନ୍ତ୍ରିକ ମୂଲ୍ୟବୋଧ, ଦାୟିତ୍ୱବୋଧ ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣର ଏକ ଗୁରୁତ୍ୱପୂର୍ଣ୍ଣ ଅବସର। ଏହି ନିର୍ବାଚନ ମାଧ୍ୟମରେ ମହାବିଦ୍ୟାଳୟରେ ଛାତ୍ର କଲ୍ୟାଣ ଓ ଉନ୍ନତ ଶିକ୍ଷା ପରିବେଶ ପାଇଁ ନୂତନ ଦିଗ ଉନ୍ମୁକ୍ତ ହେବ ବୋଲି ଆଶା ପ୍ରକାଶ ପାଇଛି।
5