ଢେଙ୍କାନାଳ, 15/10/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
ତା - ୧୫.୧୦.୨୦୨୬: ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ (AIGDSU) CHQ, ନୂଆଦିଲ୍ଲୀ ଏବଂ ସର୍କଲ, ଭୁବନେଶ୍ୱରର ଆହ୍ୱାନ କ୍ରମେ ଆଜି ମଣ୍ଡଳ ସମ୍ପାଦକ ଶ୍ରୀ ହରେଶ୍ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର କୋଣ ଅନୁକୋଣରୁ ଶହ ଶହ ଗ୍ରାମୀଣ ଡାକ ସେବକ ଢେଙ୍କାନାଳ ଡାକ ମଣ୍ଡଳ ଅଧୀକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ ସହ ଗଣଧାରଣା ଦେଇଥିଲେ। ମାତ୍ରାଧିକ ଟାର୍ଗେଟ୍ ପ୍ରେସର ବନ୍ଦ କରିବା, ଗ୍ରାମୀଣ ଡାକ ସେବକମାନଙ୍କୁ ୮ମ ବେତନ ଆୟୋଗର ପରିସରଭୁକ୍ତ କରିବା ସମେତ ୧୦ ଦଫା ଦାବି ନେଇ ଏହି ଗଣଧାରଣା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟବାଦୀ ରାଉତ, ଶ୍ରୀ ପ୍ରଭାକର ନାଏକ, ଶ୍ରୀ ପ୍ରମୋଦ କୁମାର ସାହୁ, ଶ୍ରୀ ସତୀଶ କୁମାର ବିଶ୍ୱାଳ, ଶ୍ରୀ ସଚିନ ନାୟକଙ୍କ, ରିପୁନ ସାହୁ, ଅମୂଲ୍ୟ ରତନ ନାୟକ, ଗିରିଶ ଚନ୍ଦ୍ର ସିଂହ, ବିମଳ କୁମାର ସାହୁ କୈଳାଶ ଚନ୍ଦ୍ର ପ୍ରଧାନ ଶ୍ରୀକାନ୍ତ ରଣା ସମେତ ଅନେକ ଗ୍ରାମୀଣ ଡାକ ସେବକ ସଂଘର ନେତୃବୃନ୍ଦ ଓ କର୍ମକର୍ତ୍ତା ସକ୍ରିୟ ଭାବେ ସହଯୋଗ କରିଥିଲେ।