ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଧାନସଭା ଓ ଲୋକସଭା ନିର୍ବାଚନକୁ ଟକ୍କର ଦେଲା କୁଜଙ୍ଗ କଲେଜ ନିର୍ବାଚନ, BCJDର ବାଜିମାତ୍

କୁଜଙ୍ଗ , 16/10/2026, ଉତ୍କଳ voice news - utkalvoicenews.com( ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତା. ୧୫/୧୦/୨୦୨୬ : କୁଜଙ୍ଗ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସର ରାଜନୈତିକ ନାରା ଓ ସମର୍ଥକଙ୍କ ଉତ୍ସାହରେ କମ୍ପି ଉଠିଥିଲା। ଏହି ନିର୍ବାଚନରେ BCJD ସମର୍ଥିତ ପ୍ରାର୍ଥୀମାନେ ବିଭିନ୍ନ ପଦରେ ବିଜୟୀ ହୋଇଥିବା ବେଳେ ସଭାପତି ପଦରେ ପ୍ରିୟବ୍ରତ ମହାରଣା ୧୩୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।
Article Image
ସେହିପରି ଉପସଭାପତି ପଦରେ ସୋନାଲି ବେହେରା ୬୩ ଖଣ୍ଡ ଭୋଟ ଏବଂ ସମ୍ପାଦକ ପଦରେ ଲିଜା ଦାସ ୧୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ, ସହ-ସମ୍ପାଦକ ପଦରେ ମାତ୍ର ୩ ଖଣ୍ଡ ଭୋଟର ବ୍ୟବଧାନ ନିର୍ବାଚନକୁ ଅଧିକ ରୋଚକ କରିଥିଲା।
Article Image
ନିର୍ବାଚନ ସମୟରେ କଲେଜ ପରିସରରେ ‘ନବୀନ, ନବୀନ’ ନାରା ଶୁଣିବାକୁ ମିଳିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପାରାଦ୍ୱୀପ ଅଞ୍ଚଳର ନେତା ସନ୍ତୋଷ ପଟ୍ଟନାୟକ ଓ ବାପି ସାରଖେଲଙ୍କ ନାମରେ ମଧ୍ୟ ସମର୍ଥକମାନେ ନାରା ଦେଇଥିଲେ। ଫଳରେ ଛାତ୍ର ସଂସଦ ନିର୍ବାଚନରେ ଦଳୀୟ ସମର୍ଥନ ଓ ଛାତ୍ରଛାତ୍ରୀଙ୍କ ଉତ୍ସାହ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବାରେ କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସଙ୍କ ନେତୃତ୍ୱରେ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଛାତ୍ର ସଂସଦ ନିର୍ବାଚନରେ BCJD ସମର୍ଥିତ ପ୍ରାର୍ଥୀଙ୍କ ସଫଳତାକୁ ନେଇ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ତେବେ ନବନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଶିକ୍ଷାର ଉନ୍ନତି ଓ ଛାତ୍ର ସ୍ୱାର୍ଥର ସୁରକ୍ଷା ଦିଗରେ କିପରି କାର୍ଯ୍ୟ କରୁଛନ୍ତି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।
6