ଏରସମା, 26/03/2025, ଉତ୍କଳ voice news - utkalvoicenews.com

ଏରସମା ଗ୍ରାମ୍ୟ କମିଟି ତରଫରୁ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ତୃତୀୟ ବାର୍ଷିକ ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ଦେବୀ ଦୋଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏରସମା ଗ୍ରାମ୍ୟ କମିଟିର ମୁରବୀ ମାନଙ୍କ ସହଯୋଗରେ ପାଞ୍ଚଦିନ ବ୍ୟାପି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତା ପରିବେଷଣ ହୋଇଯାଇଛି। ତା ୨୧/୩/୨୫ ଶୁକ୍ରବାର ଦିନ ଲୋକନାଥ ମହାନ୍ତିଙ୍କ ନିର୍ଦ୍ଦେଶନା ନାଟକ ଖରାପ ଝିଅର ଗପ ନାଟକ ପ୍ରଥମ ଦିବସରେ ଏରସମା ଜଗନ୍ନାଥ ସାଂସ୍କୃତିକ ମଞ୍ଚ ପରିବେଷଣ କରିଥିଲା। ହଜାର ହଜାର ଜନସମାଗମ ଦେଖିବାକୁ ମିଳିଥିଲା। ଦ୍ଵିତୀୟ ଦିବସରେ ନଟବର ବାରିକଙ୍କ ନିର୍ଦ୍ଦେଶନାରେ ନାଟକ କିଏ ପୋଛିଦେବ ଆଖିର ଲୁହ ପୋଲାଙ୍ଗ ଡ୍ରାମାଟିକ କ୍ଲବ ପରିବେଷଣ କରିଥିଲା ।ତୃତୀୟ ଦିବସରେ ରଞ୍ଜନ ବର୍ଦ୍ଧନଙ୍କ ନିର୍ଦ୍ଦେଶିକ ନାଟକ ହା କୃଷ୍ଣ ବୋଲି ଯାଉ ଯୀବ ମା" ମଙ୍ଗଳା ପପି ୟଙ୍ଗ୍ ଷ୍ଟାର ଗୋବିନ୍ଦପୁର ପରିବେଷଣ କରିଥିଲା। ଚତୁର୍ଥ ଦିବସରେ ଅମୁଲ୍ୟ ବିଶ୍ଵାଳଙ୍କ ନିର୍ଦ୍ଦେଶନା ନାଟକ କାହାଣୀ କାନ୍ଦୁଛି ଆଖି ଲୁଚେଇ ନାଟକ ଏରସମା ଜଗନ୍ନାଥ ସାଂସ୍କୃତିକ ମଞ୍ଚ ପରିବେଷଣ କରିଥିଲା। ଅନ୍ତିମ ତଥା ପଞ୍ଚମ ଦିବସରରେ ଝିମାଣୀ ଡ଼୍ୟାମାଟିକ୍ କ୍ଲବ ମଞ୍ଚସ୍ଥ କରିଥିଲା ନାଟକ ତୁ ରାଜା ଝିଅ ମୁଁ ରିକ୍ସାବାଲା। ମା" ମଙ୍ଗଳା ପପି ୟଙ୍ଗ୍ ଷ୍ଟାର ଗୋବିନ୍ଦପୁର ଚମ୍ପିୟାନ ହୋଇଥିବାବେଳେ ପୋଲାଙ୍ଗ ଡ୍ରାମାଟିକ ରନର୍ସଅପ ହୋଇଥିଲା। ମା" ମଙ୍ଗଳା ପପି ୟଙ୍ଗ୍ ଷ୍ଟାର ଗୋବିନ୍ଦପୁରୁକୁ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ଏରସମାର ସଭାପତି ତଥା ଏରସମା ଗ୍ରାମ୍ୟ କମିଟିର ସଭାପତି ଅମୁଲ୍ୟ ବିଶ୍ଵାଳ , ଏରସମା ଗ୍ରାମ୍ୟ କମିଟିର ସଂପାଦକ ପ୍ରଭାକର ପଣ୍ଡା ,ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ ଚମ୍ପିୟାନ ଟ୍ରପି ପ୍ରଦାନ କରିଥିଲେ। ମା" ମଙ୍ଗଳା ପପି ୟଙ୍ଗ୍ ଷ୍ଟାର ଗୋବିନ୍ଦପୁରୁର ଶ୍ରେଷ୍ଠ ନିର୍ଦ୍ଦେଶକ ରଞ୍ଜନ ବର୍ଦ୍ଧନ ପୁରସ୍କୃତ ହୋଇଥିଲେ।ଶ୍ରେଷ୍ଠ ଚରିତ୍ର ଅଭିନେତା, ଶ୍ରେଷ୍ଠ ଖଳନାୟକ, ଶ୍ରେଷ୍ଠ ଖଳନାୟିକା, ଶ୍ରେଷ୍ଠ ଶିଶୁ କଳାକାର, ଶ୍ରେଷ୍ଠ ପାର୍ଶ୍ବ ଖଳନାୟକ ଓ ଖଳନାୟିକା ପୁରସ୍କାର ମିଳିଥିଲା। ପୋଲାଙ୍ଗ ଡ୍ରାମାଟିକ କ୍ଲବକୁ ଶ୍ରେଷ୍ଠ ନାୟକ,ନାୟିକା ଶ୍ରେଷ୍ଠ ହାସ୍ୟସ୍ପଦ ପୁରସ୍କାର ମିଳିଥିଲା।ଏହି ମୁକ୍ତମଞ୍ଚ ନାଟକ ପ୍ରତିଯୋଗିତାକୁ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ଏରସମାର ସଭାପତି ତଥା ଏରସମା ଗ୍ରାମ୍ୟ କମିଟିର ସଭାପତି ଅମୁଲ୍ୟ ବିଶ୍ଵାଳ, ଜଗନ୍ନାଥ ସାଂସ୍କୃତିକ ମଞ୍ଚ ସଂପାଦକ ବଳରାମ ସେଠୀ ସହ ସଂପାଦକ ଜୟନ୍ତ ସେଠୀ, ଏରସମା ଗ୍ରାମ୍ୟ କମିଟିର ସଂପାଦକ ପ୍ରଭାକର ପଣ୍ଡା, ଲୋକନାଥ ମହାନ୍ତି, ସଚ୍ଚିଦାନନ୍ଦ ଦାସଙ୍କ ସମେତ ଜଗନ୍ନାଥ ସାଂସ୍କୃତିକ ମଞ୍ଚ ଏରସମା ଓ ଏରସମା ଗ୍ରାମ୍ୟ କମିଟିର ମୁରବୀମାନେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
