ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ସେବା କାର୍ଯ୍ୟ।

ଏରସମା, 17/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଶ୍ରୀ ସତ୍ୟସାଇ ସେବା ସଂଗଠନ ଜଗତସିଂହପୁର ଜିଲ୍ଲା ତରଫରୁ ସାଇବାବା ଙ୍କ ଦିବ୍ୟ ବାଣୀ ସ୍ବଚ୍ଛତାରୁ ଦିବ୍ୟତ୍ବ ବାଣୀକୁ ପାଥେୟ କରି ଅର୍ଥାତ ଯେଉଁଠାରେ ସ୍ଵଛତା ବା ପରିଷ୍କାର ପରିଚ୍ଛନ୍ନ ରହିଥାଏ ସେଠାରେ ସ୍ବୟଂ ଭଗବାନ ବିରାଜମାନ ହୁଅନ୍ତି।ଏହି ପରିପ୍ରେକ୍ଷୀରେ ଆଜି ଶ୍ରୀ ସତ୍ୟସାଇ ସେବା ସଂଗଠନ ଜଗତସିଂହପୁର ଜିଲ୍ଲା ଆନୁକୂଲ୍ୟରେ ଏରସମା ମେଡିକାଲ, ବଜାର ଓ ଏରସମା ବସଷ୍ଟାଣ୍ଡ ସଫେଇ କରାଯାଇଥିଲା। ଏହି ଦିବ୍ୟ କାର୍ଯ୍ୟକ୍ରମ ରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଜଗତସିଂହପୁର ଜିଲ୍ଲାର ସେବା ସଂଯୋଜକ ଦାସରଥି ପୃଷ୍ଟି ଜିଲ୍ଲା ଆଧ୍ୟାତ୍ମିକ ସଂଯୋଜକ ମନୋରଞ୍ଜନ ମାଝୀ, ଜିଲ୍ଲା ଗ୍ରାମ ସେବା ସଂଯୋଜକ ଗଗନ ବିହାରୀ ଦାସ, ବରିଷ୍ଠ ସଦସ୍ୟ ବିବିଜୀ ଚରଣ ପୃଷ୍ଟି , ତୁଷାର କୁମାର ଲେଙ୍କା, ସଚିଦାନନ୍ଦ ନାଥ,ମନୋଜ ମଲ୍ଲିକ, ଦୁର୍ଯୋଧନ ପାତ୍ର, ବିଜୟାନନ୍ଦ ନାଥ, ବଳରାମ ସେଠି, ପିଣ୍ଟୁ ଭାଇ,ଓ ସ୍ଥାନୀୟ ସରପଞ୍ଚ ସଚି ଭାଇ ଓ ଅବସର ପ୍ରାପ୍ତ ଶିକ୍ଷକ ନିମାଇ ଚରଣ ମନ୍ତ୍ରୀ,ବ୍ରଜ ଭାଇ, ଅଭିଳାଷ ଭାଇ ,ବାଳ ବିକାଶ ଛାତ୍ର, କାହ୍ନା, ବଣ୍ଟି ଓ ଭଉଣୀ ପ୍ରତିମା ସାହୁ, ଯୋଗଦେଇଥିଲେ।ଏହି ଦିବ୍ୟ ସେବା କାର୍ଯ୍ୟ ପବିତ୍ର ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖ ଠାରୁ ଆରମ୍ଭ ହୋଇଛି ଓ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।
7