ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହାଜିପୁରର ୪୦୦ ବର୍ଷର ଇତିହାସକୁ ନେଇ ପୁସ୍ତକ ଲୋକାର୍ପିତ

କୁଜଙ୍ଗ, ତାଳଦଣ୍ଡା, 17/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ବ୍ରହ୍ମ ଜଗନ୍ନାଥ ମିଶନ ପରିସରରେ ସୁଶ୍ରୀ ଶୁଭଶ୍ରୀ ସମ୍ପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ରଚିତ "ହାଜିପୁର ଇତିହାସ "ଚାରିଶହ ବର୍ଷର" ବ୍ରହ୍ମ ଜଗନ୍ନାଥ ମିଶନ ଓ ସରିତା ସାହିତ୍ୟ ସଂସଦ ଅଧ୍ୟକ୍ଷ କ୍ୟାପଟେନ ଡ଼ଃ ସଂଜୀବ କୁମାର ମୁଦୁଲିଙ୍କ କରକମଳରେ ପ୍ରଦାନ କରାଯାଇଥିବାବେଳେ ପ୍ରଥମେ ତାଙ୍କ ଦ୍ୱାରା ଶ୍ରୀ ଶ୍ରୀ ଜଗନ୍ନାଥ ଏବଂ ମା ଜ୍ୟୋତିପ୍ରଭାଙ୍କ ଚରଣ କମଳରେ ପୁସ୍ତକଟି ଅର୍ପଣ କରାଯାଇଥିଲା l ପରେ ତାହା ରଜନୀଦେବୀ ଜରାଶ୍ରମ ଅଧ୍ୟକ୍ଷା ଆଇନଜୀବୀ ମଞ୍ଜୁଲତା ରାଉତ, ସରିତା ସାହିତ୍ୟ ସଂସଦ ସମ୍ପାଦିକା ରୁନୀଲତା ମଲ୍ଲିକ, ବଟଶ୍ରୀ ଅଧ୍ୟକ୍ଷା ଶିକ୍ଷାବିତ୍ ବିଭୂଷିତା ଦାସ, ବୈଜୟନ୍ତୀ ବାଳା ଦାସ, କୁନି ଲତା ମହାନ୍ତି, ବାସନ୍ତୀ ବାରିକ ପ୍ରମୁଖଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଥିଲା l ଏହି ପୁସ୍ତକଟି ଆପିଲା, ହାଜିପୁର ସିଂହାରସାହିର ଚାରିଶହ ବର୍ଷ ଇତିହାସକୁ ନେଇ ରଚନା କରାଯାଇଥିବାବେଳେ ସମଗ୍ର ତଥ୍ୟ ପ୍ରଦାନ କରିଥିଲେ ପଟ୍ଟନାୟକ ଦାୟାଦ ଶ୍ରୀଯୁକ୍ତ ରବିପ୍ରସାଦ ପଟ୍ଟନାୟକ (ମଣ୍ଟୁ ), ଖୋର୍ଦ୍ଧା ଦଧିମାଛ ଗାଡିଆର ବାସିନ୍ଦା ଶ୍ରୀଯୁକ୍ତ ମାନସ ରଞ୍ଜନ ପଟ୍ଟନାୟକ ଏବଂ ପୁସ୍ତକର ପ୍ରକାଶନ ନିମିତ୍ତ ଅର୍ଥ ଦାନ କରିବାସହ ପୁସ୍ତକଟିର ମୁଦ୍ରଣ ଦାୟିତ୍ୱ ବହନ କରିଛନ୍ତି ହାଜିପୁରର ଚୌଧୁରୀ ଦାୟାଦ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ଚୌଧୁରୀ l ପୁରୀ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ସହ ସମ୍ପୃକ୍ତି ଥିବା ଏହି ଗ୍ରାମ କୁଜଙ୍ଗ ରାଜାଙ୍କ ରାଜାକାର୍ଯ୍ୟ ପାଇଁ ନିଯୁକ୍ତ କରଣଙ୍କଠାରୁ ଆରମ୍ଭ ହୋଇ ଖୁବ ଆଧ୍ୟାତ୍ମିକ ଭାବଧାରlରୁ ବୃଦ୍ଧି ପାଇଥିବା ହେତୁ ଶ୍ରୀ ଶ୍ରୀ ଜଗନ୍ନାଥ ଧାମରେ ଏହା ଅନାବରଣ ହୋଇଅଛି l
Article Image
7