କୁଜଙ୍ଗ , 17/10/2026, ଉତ୍କଳ voice news - utkalvoicenews.com(ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
ତାରିଖ: ୧୬/୧୦/୨୦୨୬ : କୁଜଙ୍ଗ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ BCJDର ବିଜୟ ପରେ ଦଳ ପକ୍ଷରୁ ଏକ ବିଶାଳ ବିଜୟ ରାଲି ଅନୁଷ୍ଠିତ ହୋଇଥିଲା। ସନ୍ତରା ନିକଟସ୍ଥ ପାର୍ଟି କାର୍ଯ୍ୟାଳୟରୁ ବାହାରିଥିବା ରାଲି କୁଜଙ୍ଗ ମହାବିଦ୍ୟାଳୟ ଦେଇ ସହର ପରିକ୍ରମା କରିଥିଲା। ବାଜାର ତାଳେ ସମର୍ଥକଙ୍କ ଉତ୍ସାହ ଓ ଉଲ୍ଲାସ ମଧ୍ୟରେ ବିଜୟ ଉତ୍ସବ ପାଳନ କରାଯାଇଥିଲା। ଖୋଲା ଜିପ୍ରେ ବିଜୟୀ ସଭାପତି ପ୍ରିୟବ୍ରତ ମହାରଣା, ସମ୍ପାଦିକା ଲିଜା ଦାସଙ୍କ ସମେତ ଅନ୍ୟ ବିଜୟୀ ପ୍ରାର୍ଥୀମାନେ ରାଲିରେ ସାମିଲ ହୋଇଥିଲେ। ରାଲି ପରେ ସମସ୍ତ ନିର୍ବାଚିତ ପ୍ରାର୍ଥୀ ବିଜେଡିର ରାଜ୍ୟ ସମ୍ପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଶ୍ରୀ ପଟ୍ଟନାୟକ ସେମାନଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ଏହି ବିଜୟ ଉତ୍ସବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିବାବେଳେ, ନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ, ଅଧିକାରର ସୁରକ୍ଷା ଓ ମହାବିଦ୍ୟାଳୟର ବିକାଶ ଦିଗରେ କିପରି କାର୍ଯ୍ୟ କରିବେ, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।