ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କୁଜଙ୍ଗରେ AITUCର ପଞ୍ଚମ ଜିଲ୍ଲା ସମ୍ମିଳନୀ, ଗଠିତ ହେଲା ୩୭ ଜଣିଆ ଜିଲ୍ଲା କମିଟି

କୁଜଙ୍ଗ , 17/10/2026, ଉତ୍କଳ voice news - utkalvoicenews.com(ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତାରିଖ: ୧୭/୧୦/୨୦୨୬ : ଶ୍ରମିକଙ୍କ ଅଧିକାର ସୁରକ୍ଷା, ସଂଗଠନର ସୁଦୃଢ଼ୀକରଣ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଲକ୍ଷ୍ୟରେ କୁଜଙ୍ଗ ସୂଚନା ଭବନଠାରେ ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିୟନ କଂଗ୍ରେସ (AITUC)ର ପଞ୍ଚମ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ୫୦୦ରୁ ଊର୍ଦ୍ଧ୍ୱ କର୍ମୀ ଯୋଗଦେଇଥିଲେ। ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ସିପିଆଇ ନେତା ଶଶୀ ଭୂଷଣ ସ୍ୱାଇଁ ପତାକା ଉତ୍ତୋଳନ କରିଥିଲେ। ପରେ ଏକ ଶୋଭାଯାତ୍ରା ସୂଚନା ଭବନରେ ପହଞ୍ଚିଥିଲା। ଏହି ସମ୍ମିଳନୀରେ ସିପିଆଇର ବରିଷ୍ଠ ନେତା ବିଜୟ ମହାନ୍ତି, ଜିଲ୍ଲା ସମ୍ପାଦକ ଅଜୟ ବେହେରା, ଶ୍ରମିକ ନେତା ବିଷ୍ଣୁ ଚରଣ ମୁଦୁଲି, ଏରସମାର ନେତା ବାସୁଦେବ ଖଣ୍ଡୁଆଳ ଓ AITUCର ରାଜ୍ୟ ନେତ୍ରୀ ଜିନ୍ମୟୀ ସାହାଣୀଙ୍କ ସମେତ ବହୁ ନେତା ଯୋଗଦେଇଥିଲେ। ସମ୍ମିଳନୀରେ ରାଜ୍ୟସ୍ତରୀୟ ରାଜନୈତିକ ରିପୋର୍ଟ ଓ ବକ୍ତବ୍ୟ ଉପସ୍ଥାପନ କରାଯାଇଥିବାବେଳେ ଜିଲ୍ଲା ସମ୍ପାଦକ ସୁଭାଷ ମହାପାତ୍ର ସାଂଗଠନିକ ରିପୋର୍ଟ ପାଠ କରିଥିଲେ। ବିଶେଷକରି ସ୍କିମ୍ ୱାର୍କରଙ୍କ ସମସ୍ୟା, ଶ୍ରମିକଙ୍କ ଅଧିକାର ଓ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହୋଇଥିଲା।
Article Image
ସମ୍ମିଳନୀରେ ଆଗାମୀ ତିନି ବର୍ଷ ପାଇଁ ୩୭ ଜଣିଆ ଜିଲ୍ଲା କମିଟି ଏବଂ ୨୧ ଜଣିଆ ଜିଲ୍ଲା କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା। ଏଥିରେ ଯୁବନେତା ମାନସ ମୁଦୁଲି, ଇଲାରାଣୀ ତରାଇ, ଶରତ ଚନ୍ଦ୍ର ବେହେରା, ପୀତାମ୍ବର ଦାସ, ପ୍ରତିମା ମଲ୍ଲିକ, କଲ୍ୟାଣୀ ଦାସ ଓ IOCLର ସମ୍ପାଦକ ଦାମୋଦର ତରାଇଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ଅଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
5