ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଅଞ୍ଚଳ ଦୁର୍ଗାପୂଜା ପାଇଁ ଉତ୍ସବମୁଖର; ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ

ବୁଗୁଡ଼ା, 18/10/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
Article Image
ମା' ଜଗତଜନନୀ ଦୁର୍ଗାଙ୍କ ମହାସପ୍ତମୀ ପୂଜା ଅବସରରେ ବୁଗୁଡ଼ା ସହର ସମେତ ଗ୍ରାମାଞ୍ଚଳରେ ଏବେ ମଣ୍ଡପ ଝଲସି ଉଠୁଛି। ବୁଗୁଡ଼ା ସହରର ମଦନମୋହନ ଛକ ଓ ବସଷ୍ଟାଣ୍ଡ ସାଙ୍ଗକୁ ଗ୍ରାମାଞ୍ଚଳର ବାଲିପଦର, ଗୋଲିଆ,ବାଦୁଆ,ମାଣିବନ୍ଧ ଆଦି ଗ୍ରାମରେ ମା'ଙ୍କ ପୂଜା ଉତ୍ସବ ହେଉଛି।ସମ୍ପୃକ୍ତ ପୂଜା କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ପୂଜା ମଣ୍ଡପ ଗୁଡ଼ିକରେ ମା'ଙ୍କ ମୃଣ୍ମୟୀ ମୂର୍ତ୍ତି ଶୋଭା ପାଉଥିବା ବେଳେ ସୁସଜ୍ଜିତ ଆଲୋକମାଳାରେ ଝଲସି ଉଠୁଛି ମଣ୍ଡପ। ମା'ଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ମନ୍ତ୍ରପାଠ ପୂର୍ବକ ପୂଜାର୍ଚ୍ଚନା ଯୋଗୁଁ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପୂଜା ମଣ୍ଡପ ଗୁଡ଼ିକରେ ଦେବୀଙ୍କ ଦର୍ଶନ ସକାଶେ ଶ୍ରଦ୍ଧାଳୁଙ୍କ ସମାଗମ ଘଟୁଛି। ସନ୍ଧ୍ୟାରେ ସହରର ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଭିଡ଼ ଜମୁଥିବାରୁ ସେଠାରେ ଭିଡ଼ ନିୟନ୍ତ୍ରଣକୁ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପୂଜା ମଣ୍ଡପ ନିକଟରେ ପୋଲିସ ମୁତୟନ ହୋଇଛନ୍ତି।
4