ତିର୍ତ୍ତୋଲ, 19/10/2026, ଉତ୍କଳ voice news - utkalvoicenews.comରିପୋର୍ଟ୍ --(ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :
ଚଳିତବର୍ଷ ନରୂଆଛକ ରେ ୫୦ ତମ ଦୁର୍ଗାପୂଜା ପାଳିତ ହେଉଅଛି । ମା ଙ୍କ ସମେତ ସବୁ ଦେବା ଦେବୀଙ୍କର ଚାନ୍ଦିର ମୁକୁଟ ମଥାରେ ଶୋଭା ପାଉଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୈନିକ ଏହି ମଣ୍ଡପ ରେ ଭକ୍ତ ମାନଙ୍କ ପାଇଁ ସପ୍ତମୀ ରୁ ଦଶହରା ପର୍ଯ୍ୟନ୍ତ ଦିନ ଏବଂ ରାତ୍ରି ରେ ପ୍ରାସାଦ ସେବନ ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ମା ଙ୍କ ମୃମୟ ମୃତୀ ପ୍ରାୟ ୬୦ଖଣ୍ଡ ଶାଢ଼ୀ ପରିଧାନ କରିଛନ୍ତି। ସେହିଭଳି ନବମୀ ଚଣ୍ଡୀ ପାଠ ଓ ପୂର୍ଣ୍ଣ ଆହୁତିରେ ଚଳିତ ବର୍ଷ ପ୍ରାୟ ୧ କ୍ଵିଣ୍ଟାଲ ଅଧିକ ଘୃତ ହୋମ ପାଇଁ ବ୍ୟବସ୍ଥା କରାଯାଇଛି। ବଜାର ସୁସଜିତ ଆଲୋକ ମାଳାରେ ଝଲସୁଛି,ଏହି ପୂଜା ରେ ଦୈନିକ ହୋମ,ଯଜ୍ଞ, ଆରତୀ ପୂଜା କରାଯାଉଛି ।
ଏହି ପୂଜା ରେ କର୍ତ୍ତା ଭାବେ ଅଶୋକ କୁମାର ଦାସ ଯୋଗ ଦେଇଥିବା ବେଳେ ପଣ୍ଡିତ ଅଶୋକ କୁମାର ଦାଶ ଓ ତାଙ୍କ ଟିମ୍ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ, ଅଷ୍ଟମୀ, ନବମୀ ଓ ଦଶହରା ରେ ଅଧିକ ଭିଡ଼କୁ ଲକ୍ଷ୍ୟ କରି ତିର୍ତ୍ତୋଲ ପୋଲିସ ର ସହାୟତା ଲୋଡ଼ା ଯାଇଥିବା ମା ଙ୍କ ନିତିଦିନ ମନ୍ଦିର ପୂଜକ ରାଜା ପଣ୍ଡା ସୂଚନା ଦେଇଛନ୍ତି।