ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା" ବଜ୍ରବୁଢ଼ୀଙ୍କ ପୀଠରେ ଭାଗବତ ସପ୍ତାହ ଉଦଯାପିତ।

ଏରସମା, 27/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ବାଲିତୁଠ ସ୍ଥିତ ମା" ବଜ୍ରବୁଢୀଙ୍କ ପୀଠରେ ସପ୍ତାହ ବ୍ୟାପୀ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ କଥାମୃତ ଓ ଗୀତାଜ୍ଞାନ ଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି।ବାଲିତୁଠ ଗ୍ରାମବାସୀମାନଙ୍କ ପକ୍ଷରୁ ଆୟୋଜିତ ୩ୟ ବାର୍ଷିକ ଉତ୍ସବର ପ୍ରଥମ ଦିବସରେ କଳସ ଶୋଭାଯାତ୍ରା,ଘଟସ୍ଥାପନ,ସୂର୍ଯ୍ୟପୂଜା ଓ ବିଭିନ୍ନ ଦିବସରେ ଗୋପୂଜା,ଷୋଡ଼ଷ ଉପଚାର ପୂଜା,ଶ୍ରୀକୃଷ୍ଣଙ୍କ ଜନ୍ମ,ନନ୍ଦଉତ୍ସବ,ରୁକ୍ମିଣୀ ବିବାହ,ଘୃତଯଜ୍ଞ,ପ୍ରତ୍ୟେହ ଭାଗବତ ପାଠ ସହସ୍ରନାମ ଆହୁତି ପୂର୍ଣ୍ଣାହୁତି ଓ ପ୍ରତ୍ୟେହ ପ୍ରସାଦ ସେବନ ହୋଇଥିଲା।ଏହି ଉତ୍ସବରେ ନୂଆଗାଁ ମହାବୀର ଆଶ୍ରମର ମୁଖ୍ୟ ପରିଚାଳକ ରାମକୃଷ୍ଣ ଦାସ ମହାରାଜ(ରାଜୁ ବାବା)କଳସ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ବ୍ରାହ୍ମଣ ପଣ୍ଡିତ ସୁବାସ ଚନ୍ଦ୍ର ତ୍ରିପାଠୀ ବ୍ୟାସ ହୋଇଥିଲା ବେଳେ ପଣ୍ଡିତ ନିତ୍ୟାନନ୍ଦ ଦାଶ,ଚନ୍ଦ୍ରଭାନୁ ଶତପଥୀ,ଭାଗବତ ତ୍ରିପାଠୀ ପୂଜାର୍ଚ୍ଚନା କରିଥିଲେ।କର୍ତ୍ତା ଭାବେ ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ ଓ କର୍ତ୍ତି ଭାବେ ସନ୍ଧ୍ୟାରାଣୀ ଦାସ ୭ଦିନ ଧରି କାର୍ଯ୍ୟକ୍ରମ ସୂଚାରୁ ରୂପେ ତୁଲାଇଥିଲେ।ବିଭିନ୍ନ ସଂଧ୍ୟାରେ ପ୍ରବଚନ ପରିବେଷଣ ସହିତ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା।ପ୍ରତେକ ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ଶତାଧିକ ସଂଖ୍ୟାର ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ସମାଗମ ହୋଇଥିଲା।୭ଦିନ ବ୍ୟାପି ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ବାଲିତୁଠ ଗ୍ରାମର ବୟୋଜ୍ୟେଷ୍ଠ ମୁରବି ନିକୁଞ୍ଜ କିଶୋର ଦାଶ,ପ୍ରସନ୍ନ କୁମାର ଦାସ,ସୁକାନ୍ତ ଦାସ,ପ୍ରମୋଦ ଦାସ,ସୁବଳ ବାରିକ,ବାସୁଦେବ ବେହେରା,ଯଦୁମଣି ଦାସ,ରବି ନାରାୟଣ ନାୟକ,ରମେଶ ମୁଦୁଲି,ନିତ୍ୟାନନ୍ଦ ପଲେଇ,ଭ୍ରମର ଭୋଇ,ଦୈତାରି ଦାସ,ମହେଶ୍ବର ମଲ୍ଲିକ,ସୁନାକର ବେହେରା,ପ୍ରଫୁଲ ବେହେରା,ପତିତ ପାବନ ବେହେରା,ପ୍ରମୋଦ ମଲ୍ଲିକ,ନୁରି ରଣା,ନିର୍ଭୟ ବେହେରା,ରାଜୁ ବେହେରା ପ୍ରମୁଖ ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ।ଏହି ଉତ୍ସବକୁ ସମସ୍ତ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
8