ତିର୍ତ୍ତୋଲ, 19/10/2026, ଉତ୍କଳ voice news - utkalvoicenews.comରିପୋର୍ଟ୍ --(ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ) :

ମଣିଜଙ୍ଗା ଏରସମା ରାସ୍ତା ଏବେ ପାଲଟିଛି ମରଣଯନ୍ତା। ଦୈନିକ ସେହି ରାସ୍ତା ରେ ପ୍ରାୟ ହଜାର ହଜାର ଗାଡ଼ି ଯାତାୟାତ କରୁଥିବା ବେଳେ । ମାସ ମାସ ଧରି ଏହି ରାସ୍ତାରେ ପୁରିଯେନା ବଜାର ଠାରୁ ଆରମ୍ଭ କରି ବଡିଲ ପର୍ଯ୍ୟନ୍ତ ରାସ୍ତାରେ ପ୍ରାୟ ଏକ ଶହରୁ ଅଧିକ ଖାଲ ହୋଇଥିବା ବେଳେ ପ୍ରାୟ ୪୦ ଟି ଖାଲ ପ୍ରାୟ ୩ ରୁ ୪ ଫୁଟ ଗଭୀର ହୋଇଥିବା ଦେଖିବାକୁ ମିଳିଛି । ଦୈନିକ ଶହ ଶହ ଗାଡ଼ି ଖାଲରେ ପଡି ଲୋକ କ୍ଷତ ବ୍ୟକ୍ଷତ ହେଇଥିବା ନଜର ଆସିଛି । ସେହିପରି ଗତକାଲି ସନ୍ଧ୍ୟାରେ ମଣିଜଙ୍ଗା ପଟୁ ଆସୁଥିବା ଏକ ବାଇକ୍ ଆରୋହୀ ପୂରିଯେନା ବାଙ୍କ ପାଖରେ ଏକ ଗାତରେ ପଡି ଗୁରୁତର ହୋଇ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପରେ କଟକ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି। ସେହିପରି ନରୂଆ ଛକ ସାଗବାରିଆ ଦଳିତ ସାହି ପାଖରେ ଏକ ଖାଲରେ ପଡି ଦମ୍ପତି ଗୁରୁତର ହେବାପରେ ତାଙ୍କୁ ଏରସମା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ହୋଇଥିବା ଖବର ମିଳିଛି। ପ୍ରକାଶ ଥାଉକି ଏହି ରାସ୍ତା ର ଟେଣ୍ଡର ପ୍ରକ୍ରିୟା ଆଜକୁ ଆଠ ଦିନ ହେବା ସରିବା ପରେ ମଧ୍ୟ କଣପାଇଁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଉନି ତାହାକୁ ନେଇ ସ୍ଥାନିୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି। ପୂଜାରେ ଏହି ରାସ୍ତାରେ ବହୁତ ଭିଡ ରହୁଥିବାରୁ କାହାର କେତେବେଳେ ଯେ ଜୀବନ ଯିବ ତାହା କହିବା ଅସମ୍ଭବ। ଶୁଣିବାକୁ ମିଳିଛି ସ୍ଥାନିୟ ଲୋକେ ଏହାକୁ ନେଇ ରାସ୍ତା ରୋକ୍ କରିବାକୁ ସଜବାଜ ହେଉଛନ୍ତି। ଗତକାଲି ଏହି ଦୃଘଟଣା ପରେ କିଛି ବୁଦ୍ଧିଜୀବୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ରାସ୍ତା ଓ କୋଠା ବିଭାଗର ମୁଖ୍ୟ ଯନ୍ତ୍ରୀ ଙ୍କ ଏଭଳି କାର୍ଯ୍ୟକୁ ନେଇ ଏକ ଦରଖାସ୍ତ ଇମେଲ ମାଧ୍ୟମରେ ପଠାଇଥିବା ଶୁଣିବାକୁ ମିଳିଛି। ଦେଖାଯାଉ କେତେ ଜୀବନ ଗଲାପରେ ବିଭାଗର ନିଦ୍ରା ଭାଙ୍ଗୁଛି।