ଟିକିରି, 19/10/2026, ଉତ୍କଳ voice news - utkalvoicenews.com( ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ତା - ୧୯-୧୦-୨୬ : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ବନ ବିଭାଗ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ସମୟରେ ଏକ ବଡ଼ଧରଣର କାଠ ଚାଲାଣକୁ ପଣ୍ଡ କରାଯାଇଛି। ବନ ବିଭାଗର ଚଢ଼ଉରେ ଏକ ମହିନ୍ଦ୍ରା ପିକଅପ୍ ଭ୍ୟାନ୍ ସହ ପ୍ରାୟ ୭୪ଟି ଶାଳ କାଠ ଜବତ କରାଯାଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଟିକିରି ରେଞ୍ଜର ଅନିଲ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଟିକିରି ଫରେଷ୍ଟର ଡମ୍ବରୁଧର ସେନାପତିଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ନିୟମିତ ରାତ୍ରୀକାଳୀନ ପେଟ୍ରୋଲିଂ କରୁଥିଲେ। ସେହି, ସମୟରେ ଖର୍କା ନାଳା ଓ ଲେଲିଗୁମ୍ମା ନିକଟରେ ଏକ ସନ୍ଦେହଜନକ ମହିନ୍ଦ୍ରା ପିକଅପ୍ ଭ୍ୟାନ୍ (ନମ୍ବର: OR 08F 6123) ଯାଉଥିବା ଦେଖି ବନ ବିଭାଗ ଟିମ୍ ଗାଡ଼ିଟିକୁ ଅଟକାଇଥିଲେ।
ଗାଡ଼ିଟିର ଯାଞ୍ଚ କରିବା ପରେ ସେଥିରେ ବେଆଇନ ଭାବେ ଲୋଡ୍ ହୋଇ ରହିଥିବା ମୋଟ ୭୪ଟି ଶାଳ କାଠ ଖଣ୍ଡ ଜବତ କରାଯାଇଥିଲା। ବନ ବିଭାଗ ପକ୍ଷରୁ କାଠ ଏବଂ ଗାଡ଼ିଟିକୁ ଜବତ କରାଯିବା ସହ ଏଥିରେ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ବେଆଇନ କାଠ ଚାଲାଣ ପଛରେ ଆଉ କାହାର ହାତ ଅଛି ଏବଂ ଏହି ର୍ୟାକେଟ୍ ସହ ଜଡ଼ିତ ଅନ୍ୟମାନଙ୍କୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।