ତିର୍ତ୍ତୋଲ, 19/10/2026, ଉତ୍କଳ voice news - utkalvoicenews.comରିପୋର୍ଟ୍ -- ( ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ର ସରପଞ୍ଚ ସୁଶାନ୍ତ କୁମାର ନାୟକ ଏକ ଲୋକାଭିମୁଖୀ କାର୍ଯ୍ୟ କରି ନିଜ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇଛନ୍ତି। ନିଜ ଅଞ୍ଚଳକୁ ଭଲ ପାଉଥିବାରୁ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆଇ ଲଭ୍ ଜଗନ୍ନାଥପୁର ଲେଖି ସେଥିରେ ସୁନ୍ଦର ଲାଇଟ୍ ଲଗାଇବା ସହିତ ସେଠାରେ ବସି ଫଟୋ ଉଠାଇଲା ଭଳି ବ୍ୟବସ୍ଥା କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ସରପଞ୍ଚ ସୁଶାନ୍ତ କୁମାର ନାୟକ ପଞ୍ଚାୟତ ର ବରିଷ୍ଠ ନାଗରୀକ, ବୁଦ୍ଧିଜୀବୀ ,ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଡ଼ାକି ତାଙ୍କରି ହାତରେ ଏହାକୁ ଉଦ୍ଘାଟିତ କରିଛନ୍ତି।ଖାଲି ସେତିକି ନୁହେଁ ପଞ୍ଚାୟତ ରେ କାର୍ଯ୍ୟରତ ମିଶନ ଶକ୍ତି ର ମହିଳାମାନେ ଓ ଯୁବପିଢୀ ମାନଙ୍କୁ ମଧ୍ୟ ସରପଞ୍ଚ ଏଥିରେ ତାଙ୍କୁ ସାମିଲ କରିଥିଲେ।ଏହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥିବାରୁ ଅନେକ ସମୟରେ ସେଲ୍ଫି ନେବାକୁ ସେଠାରେ ଭିଡ଼ ମଧ୍ୟ ଜମୁଛି। ପ୍ରାୟ ଦୁଇଲକ୍ଷ ଟଙ୍କା ରେ ନିର୍ମାଣ ହୋଇଥିବା ଆଇ ଲଭ୍ ଜଗନ୍ନାଥପୁର ଷ୍ଟାଣ୍ଟ ରେ ବିଭିନ୍ନ ରଙ୍ଗର ଲାଇଟ୍ ଲାଗିଥିବା ଦେଖିବାକୁ ମିଳିଛି।ପଞ୍ଚାୟତ ବାସୀ ଓ ବାଟୋଇ ମାନଙ୍କ ପାଇଁ ବେଶ୍ ମନୋଲୋଭ ହୋଇଛି। ସରପଞ୍ଚ ଙ୍କ ଏହି କାର୍ଯ୍ୟ କୁ ସାଧାରଣରେ ରେ ବେଶ୍ ପ୍ରଶଂସା କରାଯାଇଛି।,ଏହି ଉଦ୍ଘାଟିତ ଉତ୍ସବରେ ପଞ୍ଚାୟତ ର ଶତାଧିକ ଜନସାଧାରଣ ମାନେ ଉପସ୍ଥିତ ଥିଲେ।