କୁଜଙ୍ଗ , 20/10/2026, ଉତ୍କଳ voice news - utkalvoicenews.com ( ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :

ତାରିଖ:୧୯/୧୦/୨୦୨୬ : ପବିତ୍ର ଶାରଦୀୟ ଦୁର୍ଗାପୂଜା ଓ ବିଜୟା ଦଶମୀର ଶୁଭ ଅବସରରେ ଶ୍ରମିକ ସମାଜ ସମେତ ସମଗ୍ର ରାଜ୍ୟବାସୀଙ୍କୁ ହୃଦୟଭରା ଶୁଭେଚ୍ଛା ଜଣାଇଛନ୍ତି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ।
ମା’ ଦୁର୍ଗାଙ୍କ ଆଶୀର୍ବାଦରେ ପ୍ରତ୍ୟେକ ଶ୍ରମିକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ନୂତନ ଆଶାର ସଞ୍ଚାର ହେଉ, ପ୍ରତ୍ୟେକ ପରିବାରରେ ହସଖୁସି ଭରିଯାଉ ବୋଲି ସେ କାମନା କରିଛନ୍ତି।
ଦୁର୍ଗାପୂଜା କେବଳ ଏକ ଧାର୍ମିକ ପର୍ବ ନୁହେଁ, ଏହା ଶକ୍ତି, ସାହସ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟର ପ୍ରତୀକ। ଏହି ପବିତ୍ର ପର୍ବ ସମାଜରେ ଏକତା, ଭାଇଚାରା, ପ୍ରେମ ଓ ପାରସ୍ପରିକ ସହଯୋଗର ଭାବନାକୁ ଆହୁରି ମଜଭୁତ କରୁ ବୋଲି ଶ୍ରୀ ତ୍ରିପାଠୀ ଆଶାବ୍ୟକ୍ତ କରିଛନ୍ତି।
ଦେଶ ଓ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ଶ୍ରମିକମାନଙ୍କ ଅବଦାନ ଅତୁଳନୀୟ। ନିଜର କଠିନ ପରିଶ୍ରମ, ନିଷ୍ଠା ଓ ତ୍ୟାଗ ବଳରେ ଶ୍ରମିକମାନେ ସମାଜ ଓ ଦେଶର ବିକାଶକୁ ଆଗେଇ ନେଉଛନ୍ତି। ସେମାନଙ୍କ ପରିଶ୍ରମରେ ଅନେକ ସ୍ୱପ୍ନ ସାକାର ହେଉଥିବାବେଳେ ଶ୍ରମିକଙ୍କ ଜୀବନରେ ସୁରକ୍ଷା, ସମ୍ମାନ ଓ ସମୃଦ୍ଧି ନିଶ୍ଚିତ କରିବା ମଧ୍ୟ ସମାଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।
ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା, ସେମାନଙ୍କ କଲ୍ୟାଣ ଏବଂ ପରିବାରର ଉନ୍ନତିକୁ ପ୍ରାଥମିକତା ଦେବା ଆବଶ୍ୟକ |
ପାର୍ବଣର ଖୁସି ପ୍ରତ୍ୟେକ ଶ୍ରମିକଙ୍କ ପରିବାରରେ ପହଞ୍ଚିବା ସହ ସମସ୍ତଙ୍କ ଜୀବନରେ ଆଶା ଓ ଆନନ୍ଦ ଭରିଦେଉ ବୋଲି ଶ୍ରୀ ତ୍ରିପାଠୀ ଶୁଭକାମନା ଜଣାଇଛନ୍ତି।
ଶେଷରେ, ମା’ ଦୁର୍ଗାଙ୍କ ଆଶୀର୍ବାଦରେ ସମାଜରେ ସୁଖ, ଶାନ୍ତି, ସଦ୍ଭାବନା ଓ ସମୃଦ୍ଧି ବୃଦ୍ଧି ପାଉ ଏବଂ ଏକ ସୁସ୍ଥ, ସୁନ୍ଦର ଓ ନ୍ୟାୟଭିତ୍ତିକ ସମାଜ ଗଠନରେ ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ ବୋଲି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।