ଏରସମା, 27/03/2025, ଉତ୍କଳ voice news - utkalvoicenews.com
ଏରସମା ବ୍ଳକ ହାଡିବନ୍ଧୁ ଉଚ୍ଚ ବିଦ୍ୟାଳୟ ପଲ୍ଲୀକାଣ୍ଟାର ପ୍ରତିଷ୍ଠାତା ଇଂ.ହାଡିବନ୍ଧୁ ଖଣ୍ଡୁଆଳଙ୍କ ଧର୍ମପତ୍ନୀ ସ୍ୱର୍ଗତା ସବିତା ଖଣ୍ଡୁଆଳଙ୍କ ୪ର୍ଥ ବାର୍ଷିକ ସ୍ମୃତିସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜିତ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଶିକ୍ଷାବିତ
ଅଭୟ କୁମାର ପ୍ରଧାନ,ପୂର୍ବତନ ସରପଞ୍ଚ ଧ୍ୱଜରାଜ ଖଣ୍ଡୁଆଳ, ସରପଞ୍ଚ ପଲ୍ଲୀକଣ୍ଟା ରଶ୍ମିତା ସ୍ୱାଇଁ,ସମିତିସଭ୍ୟା ସନ୍ଧ୍ୟାରାଣୀ କୁଁଅର,ପୂର୍ବତନ ସମ୍ପାଦକ ଭଗବାନ ପ୍ରସାଦ ସାହୁ, ବିଦ୍ୟାଳୟର ଚେୟାରମ୍ୟାନ ସଂଶୟ କୁମାର ସ୍ୱାଇଁ, ପ୍ରବୀଣ କୁମାର ସ୍ୱାଇଁ, ଆଶାଲତା ବିଶ୍ୱାଳ, ବବିତା ଦାସ, ସାଗରୀକା ଦାସ, ରୋହିତ କୁମାର ମହାନ୍ତି,ପ୍ରତାପ କୁମାର ସ୍ୱାଇଁ,ସଂସାର କୁମାର ବରାଳ, ଶିକ୍ଷା କର୍ମୀ ଦେବାଶିଷ ବିଶ୍ୱାଳ, ଅକ୍ଷୟ କୁମାର ନାୟକ, ନରେନ୍ଦ୍ର ମହାନ୍ତି, ତପନ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱର୍ଗତା ସବିତା ଖଣ୍ଡୁଆଳଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ୱର୍ଗତା ଖଣ୍ଡୁଆଳ ଜଣେ ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ। ହାଡିବନ୍ଧୁ ଉଚ୍ଚବିଦ୍ୟାୟ ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଛି।