ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତେରମାଣପୁର ନୃସିଂହ ମଠରେ କଳ୍ପତରୁ ସଂକୀର୍ତ୍ତନ ମହାମଣ୍ଡଳର ଏକାଦଶ ବାର୍ଷିକ ଉତ୍ସବ

ରାହାମା / ତେରମାଣପୁର, 21/10/2026, ଉତ୍କଳ voice news - utkalvoicenews.com(ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତାରିଖ: ୨୦/୧୦/୨୦୨୬ : ପବିତ୍ର ଦଶହରା ଅବସରରେ ରାହାମା ଅଞ୍ଚଳର ତେରମାଣପୁରସ୍ଥିତ ନୃସିଂହ ମଠ ପରିସରରେ ଶ୍ରୀଶ୍ରୀ କଳ୍ପତରୁ ସଂକୀର୍ତ୍ତନ ମହାମଣ୍ଡଳ, କୁଜଙ୍ଗ ବ୍ଲକର ଏକାଦଶ ବାର୍ଷିକ ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଶହେରୁ ଊର୍ଦ୍ଧ୍ୱ କୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିବା ବେଳେ ୩୨ଟି କୀର୍ତ୍ତନ ମଣ୍ଡଳୀକୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାମଣ୍ଡଳର ଦିବଂଗତ ଅଧିକାରୀ ଗୌରାଙ୍ଗ ଚରଣ ଦାସଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ଉତ୍ସବର ଶୁଭାରମ୍ଭ ହୋଇଥିଲା। କୁଜଙ୍ଗ ବ୍ଲକ ସଭାପତି ଅଧିକାରୀ ରମାକାନ୍ତ ଦାସଙ୍କ ପୌରୋହିତ୍ୟରେ ଏବଂ ସମ୍ପାଦକ ବଳଦେବ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଜିଲ୍ଲା ସଭାପତି ମହେଶ ଚୌଧୁରୀ, ଏରସମା ଉପସଭାପତି ନାରାୟଣ ସାହୁ, ପଦ୍ମଶ୍ରୀ ବାବା ବଳିଆଙ୍କ ଶିଷ୍ୟ ତଥା ଜ୍ୟୋତିର୍ବିଦ୍ ଡ. ଅରୁଣ କୁମାର ପାଣି, ଶରତ ଚନ୍ଦ୍ର ବାରିକ, ବାବା ଅକ୍ରୁର ଦାସ, ବାବାଜୀ ଚନ୍ଦ୍ରଶେଖର ଦାସ, ଡ. ସୁନାକର ବେହେରା, କେଦାର ରାଉଳ, ବିଚିତ୍ରାନନ୍ଦ ବିଶ୍ୱାଳ, ଗୌରହରୀ ନାୟକ, ଭିକାରୀ ଚରଣ ସେନାପତି, ରମେଶ ମହାପାତ୍ର ଓ ଭଗବାନ ଦାସ ପ୍ରମୁଖ ଯୋଗଦେଇଥିଲେ। ସଭାରେ ସଂକୀର୍ତ୍ତନ ପରମ୍ପରାର ସୁରକ୍ଷା ଓ ପ୍ରସାର ସହ କୀର୍ତ୍ତନ ମଣ୍ଡଳୀଗୁଡ଼ିକୁ ସଂଗଠିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ହରିନାମ ସଂକୀର୍ତ୍ତନ ଧାର୍ମିକ ଚେତନା ଜାଗ୍ରତ କରିବା ସହ ସାମାଜିକ ଏକତା, ଭାଇଚାରା ଓ ଓଡ଼ିଆ ସାଂସ୍କୃତିକ ପରମ୍ପରାକୁ ସୁଦୃଢ଼ କରିବାରେ ସହାୟକ ହେଉଥିବା ମତ ପ୍ରକାଶ ପାଇଥିଲା। ଉତ୍ସବରେ ଶହେରୁ ଊର୍ଦ୍ଧ୍ୱ କୀର୍ତ୍ତନ ମଣ୍ଡଳୀଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ବିଶେଷ ଆକର୍ଷଣୀୟ କରିଥିଲା। ଏଥିସହ କୁଜଙ୍ଗ ମଣ୍ଡଳର ୩୨ଟି କୀର୍ତ୍ତନ ମଣ୍ଡଳୀକୁ ସମ୍ବର୍ଦ୍ଧନା ଦିଆଯାଇ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ପାରମ୍ପରିକ ହରିନାମ ସଂକୀର୍ତ୍ତନର ସୁରକ୍ଷା, ସଂଗଠନର ସୁଦୃଢ଼ୀକରଣ ଏବଂ ଆଗାମୀ ପିଢ଼ି ମଧ୍ୟରେ ଏହି ଆଧ୍ୟାତ୍ମିକ ପରମ୍ପରାର ପ୍ରସାର ପାଇଁ ଉତ୍ସବରେ ଆହ୍ୱାନ ଦିଆଯାଇଥିଲା। ଭକ୍ତି, ଏକତା ଓ ସଂକୀର୍ତ୍ତନର ସମନ୍ୱୟରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ଅଞ୍ଚଳରେ ଧାର୍ମିକ ଓ ସାଂସ୍କୃତିକ ଉତ୍ସାହ ସୃଷ୍ଟି କରିଥିଲା।
3