ତିର୍ତୋଲ, 21/10/2026, ଉତ୍କଳ voice news - utkalvoicenews.com( ତିର୍ତ୍ତୋଲ ରୁ ଜଗନ୍ନାଥ ପ୍ରସାଦ ସାହୁ ) :

ତା - ୨୧/୧୦ ତିର୍ତ୍ତୋଲ ପ୍ରଖଣ୍ଡର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଉତ୍ସବ ସ୍ଥାନୀୟ ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ୨୮ ତାରିଖ ବୁଧବାର ଦିନ ପାଳିତ ହୋଇଯାଇଛି।ଯୋଗଗୁରୁ ସ୍ମୃତିରଂଜନରାୟଙ୍କ ଦ୍ୱାରା ସଂଘର ଗୈରିକ ପତାକା ଉତ୍ତୋଳନ କରାଯିବା ପରେ ବର୍ତ୍ତମାନ ପରିସ୍ଥିତିରେ ରାଷ୍ଟ୍ରର ସୁରକ୍ଷା ଓ ରାଷ୍ଟ୍ରର ସ୍ୱାଭିମାନ ଉପରେ ସଂଘର ପଦାଧିକାରୀମାନଙ୍କ ବକ୍ତବ୍ୟ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ସର୍ବପ୍ରଥମେ ସଂଘର ପୁରାତନ ପ୍ରଚାରକ ରାମାୟଣୀ ପଣ୍ଡିତ ଅଭୟ ଦାଶ (ବୁଲୁ ନନା) ସଂଘର ପ୍ରତିଷ୍ଠା ଦିବସର ବାର୍ତ୍ତା ପ୍ରତିଷ୍ଠାତା ଡଃ କେଶବ ବଳିରାମ ହେଉଗେୱାରଙ୍କର ୧୯୨୫ ବିଜୟାଦଶମୀର ଶୁଭପୂଣ୍ୟ ତିଥିରେ ତାଙ୍କର ବିଚାର ଓ ପରାମର୍ଶ ନାଗପୁର ସହରର ରେଶମ ବାଗସ୍ଥିତମୋହିତବାଡ଼ ଶାଖାରେ ଉପସ୍ଥିତ ଅଳ୍ପ କେତେଜଣ ମୁଷ୍ଟିମେୟ ସ୍ୱୟଂ ସେବକଙ୍କର ତ୍ୟାଗ ଯୋଗୁ ଆଜି ସମଗ୍ର ଭାରତ ବର୍ଷରେ ହିନ୍ଦୁ ସଂଗଠନର କାୟା ଧିରେ ଧିରେ ବଢିଚାଲିଛି । ଏହି ଉତ୍ସବରେ କୃଷକ ମୋର୍ଚ୍ଚାର ଜିଲ୍ଲା ସହ ପ୍ରଭାରୀ ବିବେକାନନ୍ଦ ହୋତା, ଜିଲ୍ଲା ବୌଦ୍ଧିକ ପ୍ରମୂଖ ନାରାୟଣ ନନ୍ଦ,ବରିଷ୍ଠ ସ୍ଵୟଂ ସେବକ ଶ୍କୃତି ରଂଜନ ଦାସ, ଶିରସ୍ତା ଶିଶୁ ମନ୍ଦିରର ପ୍ରଧାନାଚାର୍ଯ୍ୟ ଅଭିରାମ ସେଣ୍ଡ, ସଂଘର ଜିଲ୍ଲା ସେବା ପ୍ରମୁଖ ପ୍ରଶାନ୍ତ ପଣ୍ଡା, ଖଣ୍ଡ ଶାରିରୀକ ପ୍ରମୂଖ ଚିନ୍ମୟ ଦାସ, ବିଶ୍ୱହିନ୍ଦୁ ପରିଷଦର ଦିଲ୍ଲିର କାର୍ଯ୍ୟକର୍ତ୍ତା ଅଶୋକ କୁମାର ଦାଶ ସମେତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତା ବୃନ୍ଦ ପ୍ରଭୃତି ଯୋଗ ଦେଇ ସଂଘର ଆଦର୍ଶ ଓ ବିଚାରକୁ ନେଇ ଆଗକୁ ଯିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଗୈରିକପତାକା ନିକଟରେ ପ୍ରାର୍ଥନା କରାଯାଇ ସଭା ସାଙ୍ଗ କରାଯାଇଥିଲା ।
