ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

କାର୍ତ୍ତିକ ମାସ ପାଇଁ ବୁଦ୍ଧଖୋଲରେ ପ୍ରସ୍ତୁତି ବୈଠକ

ବୁଗୁଡ଼ା, 22/10/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ) :
Article Image
ଆଗାମୀ ପବିତ୍ର କାର୍ତ୍ତିକ ମାସରେ ଆଧ୍ୟାତ୍ମିକ ତଥା ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା, ସୁବିଧା ଏବଂ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଜି ବୁଦ୍ଧଖୋଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ର, ତହସିଲଦାର ତାପସ ରାଉତ, ସମିତିର କାର୍ଯ୍ୟକାରୀ ସଭାପତି ଟି.ସଂଜୀବ କୁମାର ପାତ୍ର, ଉପ ସଭାପତି ଗଙ୍ଗାଧର ନାୟକ,ସାଧାରଣ ସମ୍ପାଦକ ଗଙ୍ଗାଧର ବିଶୋଇ, ସମ୍ପାଦକ ହରିକୃଷ୍ଣ ସାହୁ, ସହ ସମ୍ପାଦକ କେଦାରନାଥ ମହାରଣା, କୋଷାଧ୍ଯକ୍ଷ କୃଷ୍ଣ ଚନ୍ଦ୍ର ମହାପାତ୍ର, ଉପଦେଷ୍ଟା ଗୌର ଚରଣ ପ୍ରଧାନ,ବସନ୍ତ କୁମାର ଦଳେଇ,ପୁଲିସ ପ୍ରତିନିଧି, ଅଗ୍ନିସମ ବିଭାଗ ପ୍ରତିନିଧି, ସ୍ୱାସ୍ଥ୍ୟ ବିଭାଗ ପ୍ରତିନିଧି, ବିତ୍ୟୁତ୍ ବିଭାଗ ପ୍ରତିନିଧି ଙ୍କ ସମେତ ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ବୈଠକରେ କାର୍ତ୍ତିକ ମାସରେ ବୁଦ୍ଧଖୋଲକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସେମାନଙ୍କ ସୁରକ୍ଷା, ପାନୀୟ ଜଳ ଯୋଗାଣ, ଆଲୋକୀକରଣ ଏବଂ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଭକ୍ତମାନେ ଯେପରି ସୁବିଧାରେ ଓ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥାଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ଭିତ୍ତିଭୂମି ଓ ମୌଳିକ ସୁବିଧାର ସୁପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଭକ୍ତ ଓ ପର୍ଯ୍ୟଟକମାନଙ୍କ ଯାତ୍ରାକୁ ସୁରକ୍ଷିତ, ସୁବିଧାଜନକ ଓ ଆନନ୍ଦଦାୟକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଶୀଘ୍ର ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। କାର୍ତ୍ତିକ ମାସରେ ବୁଦ୍ଧଖୋଲକୁ ଆସୁଥିବା ଶ୍ରଦ୍ଧାଳୁମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପ୍ରତି ସମ୍ପୃକ୍ତ ବିଭାଗ ଓ ଉନ୍ନୟନ ସମିତି ମିଳିତ ଭାବେ ଧ୍ୟାନ ଦେବା ଉପରେ ଆଲୋଚନା ହୋଇଥିଲା ।
4