ଯାଜପୁର, 22/10/2026, ଉତ୍କଳ voice news - utkalvoicenews.com ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ତା - ୨୨/୧୦/୨୦୨୬ : ବଡ଼ଚଣା-ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡଚଣା ସ୍ଥିତ ରାସ୍ତା ଓ ଗୃହ ନିର୍ମାଣ ବିଭାଗ (ଆର୍ ଆଣ୍ଡ ବି) ଉପଖଣ୍ଡ ର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଙ୍କ ସହ ସମ୍ପୃକ୍ତ ୭ଟି ସ୍ଥାନରେ ଆଜି ସକାଳେ ଏକକାଳୀନ ଚଢ଼ାଉ ଜାରି ରଖିଛି ଓଡ଼ିଶା ଭିଜିଲାନ୍ସ ବିଭାଗ। କଟକ ଭିଜିଲାନ୍ସ ର ସ୍ୱତନ୍ତ୍ର ବିଚାରପତି ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ତିନିଜଣ ଅତିରିକ୍ତ ଏସପି ୬ଜଣ ଡିଏସପି, ୩ଜଣ ଇନିସ୍ପେଟର ଙ୍କୁ ନେ଼ଇ ଗଠିତ ଟିମ୍ ଏହି ଚଢ଼ାଉ ରେ ସାମିଲ ହୋଇଛନ୍ତି। କଟକ, ଭୁବନେଶ୍ୱର, ପୁରୀ, ଓ ଯାଜପୁର ଜିଲ୍ଲାର ବଡଚଣା ରେ ଥିବା ତାଙ୍କ କାର୍ଯ୍ୟାଳୟରେ ଏକ କାଳୀନ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ। ଚଢାଉ ସମୟରେ କଟକ ସିଡିଏ ସେକ୍ଟର ୭ର ପ୍ଲେଟ ନମ୍ବର ଏଫ୍/୭୭୯ ରେ ଥିବା ତିନି ମହଲା କୋଠା, ପୁରୀ ସିଦ୍ଧ ମହାବୀର ଅଞ୍ଚଳରେ ଥିବା ତିନି ମହଲା କୋଠା, କଟକ ଜିଲ୍ଲାକଣ୍ଟାପଡ଼ା ରେ ଥିବା ଏକ ଫାର୍ମ ହାଉସ୍ ଏକ ମହଲା କୋଠା, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଓ ତାଙ୍କ ଜନ୍ମିତ ଗ୍ରାମ ଝିଙ୍କିରୀୟା ରେ ଥିବା ଦୁଇ ମହଲା କୋଠା ଘର, କଟକର ୪୨ମୌଜା ଅଞ୍ଚଳ ଶିବ ମନ୍ଦିର ନିକଟ ବନ୍ତୁଣିଆ ରେ ଶ୍ୱଶୁର ଘର, ଭୁବନେଶ୍ୱର ର କଣ୍ଟାବାଡ଼ ରେ ଥିବା ଦୁଇ ମହଲା କୋଠା ଘର ସମେତ ବଡଚଣା ସ୍ଥିତ ଆର୍ ଆଣ୍ଡ ବି ଉପଖଣ୍ଡ କାର୍ଯ୍ୟାଳୟ ରେ ଥିବା ତାଙ୍କ କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ । ଖବର ଲେଖା ହେବା ବେଳକୁ ନିଜ ପୈତୃକ ଘରୁ ବିଡାବିଡା ଟଙ୍କା ଓ ପୁଳା ପୁଳା ସୁନା ଗହଣା ଜବତ ହୋଇଥିବା ଜଣା ପଡିଛି। ଜବତ୍ ସମ୍ପତିର ପରିମାଣ ଓ ଜବତ୍ ଟଙ୍କା ଓ ସୁନା ର ପରିମାଣ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ସୂଚନା ମିଳିବା ପରେ ସ୍ପଷ୍ଟ ହେବ।