ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରଶ୍ମି ସିନେମା ହଲ୍‌ରେ ‘ଡେଞ୍ଜର ଦେବଦାସ’ କଳାକାର, ଦର୍ଶକଙ୍କ ସହ ସେଲ୍‌ଫି

ଜଗତସିଂହପୁର, 23/10/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) :
Article Image
ତାରିଖ: ୨୨/୧୦/୨୦୨୬ : ଜଗତସିଂହପୁର ସହରସ୍ଥିତ ରଶ୍ମି ସିନେମା ହଲ୍‌ରେ ଓଡ଼ିଆ ଚଳଚ୍ଚିତ୍ର ‘ଡେଞ୍ଜର ଦେବଦାସ’ର କଳାକାରମାନଙ୍କ ଉପସ୍ଥିତି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଥିଲା। ଅକ୍ଟୋବର ୧୬ ତାରିଖରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ପ୍ରଚାର ଅବସରରେ ଅଭିନେତା ଜ୍ୟୋତିରଞ୍ଜନ ନାୟକ, ଅଭିନେତ୍ରୀ ସସ୍ମିତା ସାହୁ ଏବଂ କୁନି କଳାକାର ସାନ୍ତୁନ ମହାନ୍ତି ଓ ପ୍ରେରଣା ପ୍ରତୀକ୍ଷା ପ୍ରମୁଖ ହଲ୍‌ରେ ପହଞ୍ଚିଥିଲେ।
Article Image
ପ୍ରିୟ କଳାକାରମାନଙ୍କୁ ନିକଟରେ ପାଇ ଦର୍ଶକମାନେ ଖୁସି ବ୍ୟକ୍ତ କରିବା ସହ ସେମାନଙ୍କ ସହ ସେଲ୍‌ଫି ନେଇଥିଲେ।
Article Image
କଳାକାରମାନେ ମଧ୍ୟ ଦର୍ଶକଙ୍କ ଭଲପାଇବା ଓ ଉତ୍ସାହର ଅନୁଭୂତି ନେଇଥିଲେ। ପୂଜା ଅବସରରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଦର୍ଶକଙ୍କ ଆଗ୍ରହ ଏହି କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା।
5