ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱର୍ଗତା ସୁଷମା ସ୍ୱାଇଁଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ଏରସମା, 23/10/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ ଯାଆଁବେଢୁଆଁ ଗ୍ରାମର ଜଣେ ପରିଚିତ ସରଳ ଓ ମିଷ୍ଟଭାଷୀ, ଧର୍ମ ପ୍ରାଣ। ମହିଳା ସ୍ୱର୍ଗତ ସୁଷମା ସ୍ୱାଇଁଙ୍କ ବିୟୋଗରେ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସୁ ସାହିତ୍ୟିକ ତଥା ବରିଷ୍ଟ ଶିକ୍ଷାବିତ୍ ଘନଶ୍ୟାମ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅଥିତି ଗୌରହରି ସ୍ୱାଇଁ, ମୁଖ୍ୟ ବକ୍ତା ପୂଜ୍ୟ ପୂଜା ସଂସଦ ଏରସମାର ସଭାପତି ପଣ୍ଡିତ ନାଗୁଚରଣ ଦେବତା, ବରଣ୍ୟ ଅଥିତି ଡ଼କ୍ଟର ବସନ୍ତ ମଞ୍ଜରୀ ଦାସ, ମହେଶ୍ୱର ସ୍ୱାଇଁ, ରବିନ୍ଦ୍ର ପରିଡା,ହୃଷିକେଶ ଜେନା, ଅରୂପାନନ୍ଦ ସ୍ୱାଇଁ,ଲୋକନାଥ ମହାନ୍ତି,ଆୟୋଜିତ ଏହି ସଭାରେ ବିଭିନ୍ନ ଶିକ୍ଷାବିତ, କବି, ସାହିତ୍ୟିକ, ସମାଜସେବୀ ଓ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତା ସ୍ୱାଇଁଙ୍କ ସ୍ମୃତିଚାରଣ କରିଥିଲେ।
Article Image
ସ୍ୱର୍ଗତା ସ୍ୱାଇଁ ଙ୍କ ସରଳ ଜୀବନଯାପନ ଓ ପରିଶ୍ରମୀ ସ୍ୱଭାବ ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ଦେଇଥିଲା। ସେ ନିଜ ପରିବାର ପ୍ରତି ଯେପରି ଯତ୍ନଶୀଳ ଥିଲେ, ସେହିପରି ପଡ଼ୋଶୀ ଓ ପରିଚିତମାନଙ୍କ ସହ ମଧ୍ୟ ସୁସମ୍ପର୍କ ରଖିଥିଲେ। ତାଙ୍କ ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ଅନ୍ୟକୁ ସହଯୋଗ କରିବାର ମନୋଭାବ ପାଇଁ ସେ ଅନେକଙ୍କ ପ୍ରିୟ ଥିଲେ। ତାଙ୍କ ବିୟୋଗରେ ଏକ ଭଲ ମଣିଷଙ୍କୁ ହରାଇଥିବା ନେଇ ଉପସ୍ଥିତ ବ୍ୟକ୍ତିମାନେ ଦୁଃଖ ପ୍ରକାଶ କରିଥିଲେ। ଶେଷରେ ପ୍ରକୃତି ବନ୍ଧୁ ଯଯାତି କେଶରୀ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ।ପ୍ରବୀର ସ୍ୱାଇଁ, ରୁକ୍ମୁଣୀ ସ୍ୱାଇଁ, ରମେଶ ବିଶ୍ୱାଳ,କାମିନୀ ସ୍ୱାଇଁ, ବିଶ୍ୱନାଥ ଦାସ ପ୍ରମୁଖ କାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ।
6