ଜଗତସିଂହପୁର, 24/10/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ) :
ତା - 23/10/26 : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆ ଠାରେ ଦୁର୍ଗା ପୂଜା ଭାଷଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସହର ର 23 ଟି ମେଢ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ରେ ପହଞ୍ଚିବା ପରେ ମେଲଣ ଆରମ୍ଭ ହୋଇଥିଲା । ଥାନପତି ପୂଜା କମିଟି ପକ୍ଷରୁ ସମସ୍ତ ମେଢକୁ ଭୋଗ ବଣ୍ଟା ଯାଇ ଥିଲା । ପରେ ସମସ୍ତ ମେଢ ସହରରେ ହୋଇ ଥିବା 3ଟି ଅସ୍ଥାୟୀ ପୋଖରୀ କୁ ଶୋଭାଯାତ୍ରାରେ ଯାଇ ବିଷର୍ଜନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରାୟ 5 ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇ ଥିବାବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ଡିଜେ ବନ୍ଦ କରାଯାଇ ଥିବା ବେଳେ ପାରମ୍ପରିକ ବାଜା ବଜାଇ ମା ଙ୍କୁ ମେଲାଣି ଦିଆଯାଇଛି ।