ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

କୁଜଙ୍ଗ , 24/10/2026, ଉତ୍କଳ voice news - utkalvoicenews.com( ପାରାଦ୍ୱୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :
Article Image
ତାରିଖ: ୨୩/୧୦/୨୦୨୬ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧୀନ ବାଲିଆ ପଞ୍ଚାୟତର ବଡ଼ବନ୍ଧ ଗ୍ରାମରେ ଏକ ବଡ଼ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ୧୪ ଭରି ସୁନା ଗହଣା, ନଗଦ ୨୦ ହଜାର ଟଙ୍କା ସମେତ କେତେକ ଜରୁରୀ କାଗଜପତ୍ର ଚୋରି କରି ନେଇଥିବା ଅଭିଯୋଗ ହୋଇଛି।
Article Image
ସୂଚନା ଅନୁଯାୟୀ, ଜନ୍ ମେଜର ଦଳାଇଙ୍କ ଘରୁ ତାଙ୍କ ଭଉଣୀଙ୍କ ବିବାହ ପାଇଁ ରଖାଯାଇଥିବା ୧୦ ଭରି ସୁନା ଗହଣା ଏବଂ ତାଙ୍କ ମାଆଙ୍କର ୪ ଭରି ସୁନା ଗହଣା ଚୋରି ହୋଇଛି। ଏଥିସହ ନଗଦ ୨୦ ହଜାର ଟଙ୍କା ଓ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ମଧ୍ୟ ଦୁର୍ବୃତ୍ତମାନେ ନେଇଯାଇଥିବା ଜଣାପଡ଼ିଛି। ପରିବାରର ଜଣେ ସଦସ୍ୟଙ୍କ ଯାଜପୁର ଜିଲ୍ଲାର ଜାରକା ଅଞ୍ଚଳରେ ଚାକିରି ଥିବାରୁ ପରିବାର ଲୋକେ ସେଠାକୁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରିଥିବା ସନ୍ଦେହ କରାଯାଉଛି। ସକାଳେ ଘରର ଆଗ କବାଟର କାଚ ବାହାରେ ପଡ଼ିଥିବା ଏବଂ ଗ୍ରିଲ୍‌ର ତାଲା ଭଙ୍ଗାଯାଇଥିବା ଦେଖି ଜଣେ ସମ୍ପର୍କୀୟ ଖବର ଦେଇଥିଲେ। ଏହାପରେ ଚୋରି ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଖବର ପାଇ କୁଜଙ୍ଗ ଥାନା ଅଧିକାରୀ ଶିବାଶିଷ ଦାସଙ୍କ ସମେତ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚୋରିକୁ ନେଇ ଚିନ୍ତା ପ୍ରକାଶ ପାଇଛି। ତେବେ ଚୋରି ଘଟଣାରେ କେଉଁମାନେ ସମ୍ପୃକ୍ତ ଏବଂ ଚୋରି ସାମଗ୍ରୀ ଉଦ୍ଧାର ହୋଇଛି କି ନାହିଁ, ସେ ସମ୍ପର୍କରେ ପୁଲିସ ତଦନ୍ତ ପରେ ଅଧିକ ତଥ୍ୟ ସ୍ପଷ୍ଟ ହେବ।
4