ରାୟଗଡ଼ା / କାଶୀପୁର , 24/10/2026, ଉତ୍କଳ voice news - utkalvoicenews.com( ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ ) :
ରାୟଗଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କାଶୀପୁର ବ୍ଲକ୍ର ଡଙ୍ଗାସିଲ୍ ମଣ୍ଡଳ ଅଧୀନସ୍ଥ ହାଡ଼ିଗୁଡ଼ାଠାରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ସାଂଗଠନିକ ବୈଠକ ଓ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଜେଡି ଓ କଂଗ୍ରେସ ଦଳର ପ୍ରାୟ ୬୦ ଜଣ କାର୍ଯ୍ୟକର୍ତ୍ତା ବିଜେପିର ନୀତି, ଆଦର୍ଶ ଓ ଜନସେବାମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି।
ସେମାନଙ୍କ ମଧ୍ୟରେ ବହୁ ପୁରୁଖା ନେତା ଓ ଅଭିଜ୍ଞ କାର୍ଯ୍ୟକର୍ତ୍ତା ରହିଥିବା କୁହାଯାଇଛି।

ବୈଠକରେ ବିଜେପି ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ, ଜିଲ୍ଲା ସମ୍ପାଦକ ତରୁଣ ଗରଡ଼ିଆ, ପୂର୍ବତନ ଜିଲ୍ଲା ଉପସଭାପତି ଶ୍ରୀ ହଳଧର ମିଶ୍ର, ରାୟଗଡ଼ା ଯୁବ ନେତା ତଥା ଜିଲ୍ଲା ଯୁବମୋର୍ଚ୍ଚା ଉପ ସଭାପତି ପ୍ରିତମ କୁମାର ଏସ୍ଟି ମୋର୍ଚ୍ଚା ଉପସଭାପତି ସଚିତାନନ୍ଦ ସାମନ୍ତ, ବେଲଧର ମାଝୀ, ନବୀନ ଏବଂ ଆଇଟି ସେଲ୍ର କୋ-କନ୍ଭେନର୍ ପୁରୁଷୋତ୍ତମଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
ବୈଠକରେ ଅଞ୍ଚଳର ବିଭିନ୍ନ ଜନସମସ୍ୟା, ଲୋକଙ୍କ ଆବଶ୍ୟକତା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ଅଞ୍ଚଳର ପ୍ରମୁଖ ସମସ୍ୟାଗୁଡ଼ିକୁ ଲିଖିତ ଆକାରରେ ଜିଲ୍ଲା ସଭାପତିଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଜନସାଧାରଣଙ୍କ ସମସ୍ୟାର ସମାଧାନ ଓ ଅଞ୍ଚଳର ବିକାଶ ଦିଗରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସମନ୍ୱିତ ଭାବେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ହାଡ଼ିଗୁଡ଼ାରେ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ହୁଳହୁଳି, କରତାଳି ଓ ଉତ୍ସାହଭରା ନାରା ମାଧ୍ୟମରେ ନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ। ସେମାନଙ୍କର ଏହି ଆତ୍ମୀୟତା ଓ ସ୍ନେହପୂର୍ଣ୍ଣ ସ୍ୱାଗତ ଉପସ୍ଥିତ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲା।
ଏହି ମିଶ୍ରଣ ପର୍ବ ଡଙ୍ଗାସିଲ୍ ମଣ୍ଡଳରେ ବିଜେପି ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଆଗାମୀ ଦିନରେ ଅଞ୍ଚଳର ବିକାଶ ଓ ଜନସମସ୍ୟାର ସମାଧାନ ଦିଗରେ ନୂତନ ଆଶା ସୃଷ୍ଟି କରିଥିବା ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।
“ଜନସାଧାରଣଙ୍କ ଭଲପାଇବା ଆମ ପାଇଁ ଆଶୀର୍ବାଦ ଏବଂ ସେମାନଙ୍କ ବିଶ୍ୱାସ ଆମର ଶକ୍ତି” ବୋଲି ଉପସ୍ଥିତ ନେତୃବୃନ୍ଦ ମତବ୍ୟକ୍ତ କରିବା ସହ ଜନସେବା ପାଇଁ ନିରନ୍ତର କାର୍ଯ୍ୟ କରିବାର ସଂକଳ୍ପ ନେଇଥିଲେ।