ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଏନ୍ଏସି କ୍ଲଷ୍ଟର ସ୍ତରୀୟ ଟିଏଲଏମ୍ ମେଳା ଅନୁଷ୍ଠିତ

ବୁଗୁଡ଼ା, 27/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏନ୍ଏସି କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏହି କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷାଦାନ ଶିକ୍ଷଣ ଉପକରଣଗୁଡିକୁ ପ୍ରଦର୍ଶନ କରିଥିଲେ। ବୁଗୁଡ଼ା ଏନଏସି କ୍ଲଷ୍ଟର ସିଆରସିସି କିରଣ ବାଳା ତ୍ରିପାଠୀଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଇଓ ଚିନ୍ମୟ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଏବିଇଓ ତପସ୍ବିନୀ ସାହୁ, ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳୀ ଚରଣ ବେହେରା, ଏସବିଏନ୍ ଗାର୍ଲସ୍ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା, ପ୍ରାକ୍ତନ ଏବିଇଓ ସିମାଞ୍ଚଳ ସେଠୀ ଓ ସିଆରସିସି ପ୍ରତାପ କୁମାର ଖାଡ଼ଙ୍ଗା, ଏସ୍ଏମସି ସଭାପତି ସନ୍ତୋଷ କୁମାର ମହାରଣା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ଉତ୍ସାହିତ କରିଥିଲେ। ଏ ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଅଂଶ ଗ୍ରହଣକାରୀ ବିଦ୍ୟାଳୟ ଗୁଡିକର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ। ଅନ୍ଯପକ୍ଷରେ, ଉକ୍ତ ଅତିଥିଗଣଙ୍କୁ ନେଇ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ସାଙ୍ଗକୁ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
Article Image
1